ପଞ୍ଚାୟତ ସ୍ତରୀୟ ସ୍ୱତନ୍ତ୍ର ଗ୍ରାମସଭା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ,ଓଡିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୂଲ୍ୟରେ ହିଞ୍ଜିଳିବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ପଞ୍ଚାୟତ ସ୍ତରୀୟ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇ ଯାଇଛି।ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ପ୍ରମୁଖ ଉପସ୍ଥିତ ଥିଲେ।ରାଳବ ଓ ନନ୍ଦିକ ପଞ୍ଚାୟତରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ସକାଶେ ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଅବଗତ କରାଇଥିଲେ।ମନରେଗା ଯୋଜନା ଏକ ଦାରିଦ୍ର୍ୟ ନିରାକରଣ ଓ ଜୀବିକା ନିରାପତ୍ତା ଯୋଜନାରେ ଉଦ୍ଧିଷ୍ଟ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସଫଳତା ପାଇଁ ସ୍ୱତନ୍ତ୍ର ଗ୍ରାମସଭା ଜରିଆରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ଅନୁମୋଦନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ପଞ୍ଚାୟତର ବିକାଶ ସହ ଗ୍ରାମୀଣ ଅଧିବାସୀଙ୍କ ଆର୍ଥିକ ଉନ୍ନତି ଓ ଯୋଜନାର ଶତ ପ୍ରତିଶତ ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ସୂଚନା ଦେଇଥିଲେ।ସମସ୍ତ ପଞ୍ଚାୟତର ବିକାଶ ଯୋଜନା ପାଇଁ ଗ୍ରାମସଭା ଜରିଆରେ ମନରେଗା ଯୋଜନାରେ ଶ୍ରମ ଅଟକଳ ଓ ପ୍ରକଳ୍ପ ତାଲିକା ଚୂଡାନ୍ତ କରିବା ଉପରେ ସ୍ୱତନ୍ତ୍ର ଗ୍ରାମସଭାରେ କରାଯିବ।ପ୍ରକଳ୍ପ ପ୍ରସ୍ତୁତି ତାଲିକା ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ମତ ପ୍ରକାଶ କରିଥିଲେ।ସ୍ୱତନ୍ତ୍ର ଗ୍ରାମସଭା ବୈଠକରେ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର,ନୋଡାଲ ଅଧିକାରୀ ଭାବେ ପ୍ରଶାନ୍ତ କୁମାର ରଥ, ରାମଚନ୍ଦ୍ର ରଥ, ସୁଶାନ୍ତ କୁମାର ମଲ୍ଲିକ,ଦିବ୍ୟସିଂହ ନାୟକ,ସରପଞ୍ଚ ରଘୁନାଥ ବେହେରା,ରଞ୍ଜୁ ବେହେରା,ମାଧୁରୀ ପାଣିଗ୍ରାହୀ,ପ୍ରତିମା ବେହେରା,ରମା ଦାସ,ଏ.ସୀତା,ସହଦେଵ ବେହେରା, ପିଇଓ ସୁଶାନ୍ତ କୁମାର ପାତ୍ର,ବିଜୟ କୁମାର ସେଠୀ,ବାସୁଦେବ ବେହେରା, ରାଜେନ୍ଦ୍ର କୁମାର ପଟ୍ଟନାୟକ,ଲୋକନାଥ ପାଢ଼ୀ,ଏସ.ରାଜେଶ,ବୈଷ୍ଣବ ମଣ୍ଡଳ,ଇ.ଶଙ୍କର ରାଓ,କନିଷ୍ଠ ଯନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗୌଡ଼,ହର୍ଷ ମାଧବ କର, ଶର୍ମିଷ୍ଠା ପଣ୍ଡା, ଆଲୋକ କୁମାର ସେଠୀ,ବିଏଫଟି ବୃନ୍ଦାବନ ଗୌଡ଼ ପ୍ରମୁଖଙ୍କ ସମେତ ଜିଆରଏସ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ