ହିଞ୍ଜିଳି ବିଇଓ ହେଲେ ଶାନ୍ତିଲତା ମୁନି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ମାନ ପ୍ରଣୟନ କରି ଆସୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ୫୦ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରଣ ବିଦ୍ୟାଳୟରେ ପରିଣତ କରାଯାଇଛି । ଦୀର୍ଘଦିନ ଧରି ହିଞ୍ଜିଳିକାଟୁ ବ୍ଳକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ କେହି ନଥିଲେ । ୨୦୧୯ ମାର୍ଚ୍ଚ ମାସରେ ତତ୍‌କାଳୀନ ବିଇଓ ଉମାଚରଣ ତ୍ରିପାଠି ଅବସର ଗ୍ରହଣ ପରେ ସେହି ସମୟ ଠାରୁ ଏଯାବତ୍ ୩ଜଣ ବିଇଓଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇ ଆସୁଥିଲା । ଫଳରେ ବିଭିନ୍ନ ସମୟରେ ନାନା ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଥିଲା । ଗୁରୁବାର ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶାନ୍ତିଲତା ମୁନି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ସହ ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଗତ ମାର୍ଚ୍ଚ ୨୦୧୭ ମସିହା ଠାରୁ ଦାୟିତ୍ୱ ଗ୍ରହଣ କରି ଆସୁଛନ୍ତି । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ବ୍ଳକକୁ ରୋଲ ମଡ଼େଲ ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରହିବ ବୋଲି ବିଇଓ ମୁନି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ