ରାଇରଙ୍ଗପୁର ଡାକ୍ତରଖାନାର ,ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ ଟଳିଲା ଆନ୍ଦୋଳନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଘରୋଇ ଠିକାଦାର ସୁମିତ ଏଜେନ୍ସି ଦ୍ବାରା ପରିଚାଳିତ ।ହେଲେ ଠିକା ଶ୍ରମିକ ଚୁକ୍ତି ଅନୁସାରେ ସୁମିତ ଠିକା କର୍ମଚାରୀଙ୍କ ସମସ୍ଯାକୁ ଅଣଦେଖା କରି ଚୁକ୍ତି ଖିଲାଫ କରୁଛି ।ଯାହାଫଳରେ ଠିକା ଶ୍ରମିକଙ୍କ ଦରମା ଠିକ୍ ସମୟରେ ଏବଂ ଉଚିତ ପ୍ରାପ୍ଯ ମିଳୁ ନାହିଁ,ଇପିଏଫ ଏବଂ ଇସାଇ ଜମା କରାଯାଉନାହିଁ ।ଯାହାକୁ ନେଇ ସଫେଇ ଠିକା କର୍ମଚାରୀ ଦୁଇଦିନ ହେଲା କାମବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।ଡାକ୍ତରଖାନା ସାରା କୁଢ କୁଢ ମଇଳା ଭର୍ତ୍ତି ହୋଇ ଏଠି ସେଠି କୁଢ କୁଢ ହୋଇ ପଡି ରହିଛି ।ଚାରିଆଡେ ଦୁର୍ଗନ୍ଧଓ ଅପରିଷ୍କାର ।ଏହାକୁ ଦେଖି ବିଜେଡି ନେତା ଦିପ୍ତିମାନ ବଳ ଘଟଣାସ୍ଥଳରେ ପହଞ୍ଚି ଏସଡିଏମଓ ସାଗର ନାଏକ,ରକ୍ତ ଭଣ୍ଡାର ଅଧିକାରୀ ପଵିତ୍ର ପ୍ରତ୍ଯୁଷ ମିଶ୍ର,ରାଇରଙ୍ଗପୁର ଟାଉନ ଥାନା ଏସାଇ ସନ୍ତୋଷ ଖେସ,ସୁମିତ ଏଜେନ୍ସି ପ୍ରତିନିଧି ଓ ସଫେଇ ଠିକା କର୍ମଚାରୀଙ୍କ ସହ ମିଳିତ ବୈଠକ ଡକାଇ ସମସ୍ଯା ଉପରେ ଆଲୋଚନା କରିଥିଲେ ।ଶେଷରେ ସସୁମିତ ଏଜେନ୍ସି ଠିକା ଶ୍ରମିକଙ୍କ ଇପିଏଫ ଓ ଇସାଇ ବାଦ ମାସକୁ ୯୦୦୦ ଟଙ୍କା ଦରମା ପ୍ରଦାନ,ଠିକ ସମୟରେ ଦରମା ପ୍ରଦାନ,ଇପିଏଫ ଓ ଇସାଇ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଓ ପରିଚୟପତ୍ର ମାସକ ମଧ୍ଯରେ ଦେବ ବୋଲି ନିଷ୍ପତ୍ତି ହୋଇଥିଲା ।ଶେଷରେ ଆଲୋଚନାରେ ସନ୍ତୋଷ ପ୍ରକାଶ ପାଇ ସଫେଇଠିକା କର୍ମଚାରୀମାନେ ଆନ୍ଦୋଳନରୁ ଓହରି କାମକୁ ଫେରିଥିଲେ ।ବିଜେଡି ନେତା ଦିପ୍ତୀମାନ ବଳଙ୍କ ଉଦ୍ଯମକୁ ସଫେଇ କର୍ମଚାରୀ ମହଲରୁ ପ୍ରଶଂସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ