ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ବଳପୂର୍ବକ

ବାଲେଶ୍ୱର, (ସରୋଜ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ବଳପୂର୍ବକ ଭାବେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦକ ଆଶିଷ ଷୋଷ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ପ୍ରବୀରଶଙ୍କର ଦାସ, ସର୍ବେଶ୍ୱର ପାତ୍ରଙ୍କୁ ସହଦେବଖୁଣ୍ଟା ଥାନରେ ଅଟକ ରଖିଥିବା  ବେଳେ ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, କାର୍ତ୍ତିକ ଗିରି, ସୁରଝଙ୍କାର ସେଠୀଙ୍କୁ ଚାନ୍ଦିପୁରରେ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ଷ୍ଟେସନଛକ ନିକକରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ବେରା, ଯୁବମୋର୍ଚ୍ଚା ନଗର ସଭାପତି ଦେବବ୍ରତ ମିଶ୍ରଙ୍କ ସମେତ ୧୮ ଜଣଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖିଥିଲେ । କାର୍ଯ୍ୟକ୍ରମ ସମାପ୍ତି ପରେ ସମସ୍ତଙ୍କୁ ନିଶର୍ତ ଛାଡ଼ି ଦିଆଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ