ସରପଞ୍ଚ ଓ ବିଜେଡି ନେତ୍ରୀଙ୍କ ବିବାଦକୁ ନେଇ ଦୁଇ ଗୋଟି ମାମଲା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନଆମୀ ପଂଚାୟତ ସରପଞ୍ଚ ସଦାଶିବ ଦାସ ଓ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ତଥା ବ୍ଲକ ବିଜେଡି ନେତ୍ରୀ ରଶ୍ମିତା ପାଢ଼ୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଦୁଇ ଗୋଟି ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ବ୍ଲକ ପ୍ରାଙ୍ଗଣରେ ସରପଞ୍ଚ ଓ ବିଜେଡି ନେତ୍ରୀଙ୍କ ମଧ୍ୟରେ କୌଣସି ଏକ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ପରେ ବିଜେଡି ନେତ୍ରୀଙ୍କ ସ୍ୱାମୀ ଓ ତାଙ୍କର ଜଣେ ସମର୍ଥକ ସରପଞ୍ଚଙ୍କୁ ଟଣା ଓଟରା କରିବା ସହ ମାଡ ମାରିଥିଲେ। ଏନେଇ ସରପଞ୍ଚ ଶ୍ରୀ ଦାସ ଥାନାରେ ଅଭିଯୋଗ କରିଥିବା ବେଳେ ମହିଳା ନେତ୍ରୀ ମଧ୍ୟ ତାଙ୍କୁ ସରପଞ୍ଚ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ଦୁଇ ଗୋଟି ଅଭିଯୋଗକୁ ଭିତ୍ତି କରି ୩୬୫/୨୧ ଓ ୩୬୬/୨୧ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ