କାର,ବାଇକ୍ ଦୁର୍ଘଟଣା ଗୁରୁତର ଆହତ ବାଇକ୍ ଚାଳକକୁ ପିଟିଲେ କାର ଚାଳକ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କରଂଜିଆ,ସାହାରପଡ଼ା ମୁଖ୍ୟ ରାସ୍ତା ର ଦେଓ ନଦୀ ପୋଲ ଉପରେ ଆଜି ସନ୍ଧ୍ୟା ପୂର୍ବରୁ ଏକ ହଣ୍ଡାଇ କାର ନମ୍ୱର ଓଡ଼ି ୩୩ ଏ ବି ୩୧୯୦ ସହିତ ଜଣେ ବୃଦ୍ଧ ବାଇକ୍ ଚାଳକଙ୍କ ଧକ୍କା ହେଇଥିଲା । ଦୁର୍ଘଟଣା ରେ ବାଇକ୍ ଚାଳକ ଛିଟିକି ପଡ଼ିବାରୁ ଗୁରୁତର ଆହତ ହେଇଥିଲେ । ତେବେ ଦୁର୍ଘଟଣା ପରେ ପୋଲ ଉପରେ ଏକ ଅପ୍ରୀତିକର ଘଟଣା ଘଟିଥିଲା । କାର ରେ ଥିବା ବ୍ୟକ୍ତି ମାନେ କାର ରୁ ବାହାରି ଆହତ ବୃଦ୍ଧ ଜଣକୁ ପିଟିବାକୁ ଲାଗିଥିଲେ । ଜନଗହଳି ପୂର୍ଣ୍ଣ ରାସ୍ତା ରେ ଯାଉଥିବା କିଛି ଲୋକ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । କିଛି ବ୍ୟକ୍ତି ଏହି ଘଟଣାର ଫୋଟୋ ଉତ୍ତଳନ କରୁଥିବା ସମୟରେ ସେମାନଙ୍କ ଫୋନ୍ ଗୁଡ଼ିକୁ ରାସ୍ତାରେ କଚାଡି ଭାଙ୍ଗିବା ସହିତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଏହି ଦୂର୍ବୁର୍ତ ମାନେ । ଦୀର୍ଘ ଏକ ଘଣ୍ଟା ଧରି ଏହି ତୁମୁଳ କାଣ୍ଡ ଚାଲିବା ପରେ ଘଟଣା ସ୍ଥଳରେ ଉଭୟ କରଂଜିଆ,ସାହାରପଡ଼ା ପୋଲିସ ପହଞ୍ଚିଥିଲେ । ଆହତ କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସାହାରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଘଟଣା ସମ୍ପର୍କରେ ଅଞ୍ଚଳ ବାସି ଜାଣିବାପରେ ପୋଲ ଉପରେ ପହଞ୍ଚି କାର ରେ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ଦାବି ରଖିବା ସହିତ ଘଟଣା ବାବଦକୁ ଦୃଢ଼ ନିନ୍ଦା କରିଥିଲେ । ସାହାରପଡ଼ା ପୋଲିସ କାର ଓ ବାଇକ୍ କୁ ଘଟଣା ସ୍ଥଳରୁ ଜବତ କରିବା ସହ କାର ରେ ଥିବା ୩ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ