ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହଟ୍ଟନାଥ ଓ ପ୍ରତିଭାଦୀପ୍ତ ପ୍ରଦ୍ୟୁମ୍ନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ଶତାୟୁ ପୁରୁଷ ହଟ୍ଟନାଥ ମଙ୍ଗରାଜଙ୍କ ୧୦୨ତମ ଜନ୍ମ ଦିବସ ଓ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ଓଡ଼ିଶା ନାଗରିକ ମହାମଞ୍ଚ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ବହୁ ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦ୍ୟୁମ୍ନ ଶତପଥିଙ୍କ ୬୪ତମ ଜନ୍ମ ଦିବସ ଅବସରରେ ଓଡ଼ିଶା ନାଗରିକ ମହାମଞ୍ଚ କର୍ଯ୍ୟାଳୟ ଗଙ୍ଗନଗରଠାରେ ସାମଗ୍ରୀକ ସାରସ୍ୱତ କୃତି ପାଇଁ ବିଭିନ୍ନ ଗଣସଂଗଠନ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କାଯାଇଥିଲା । ଉକ୍ତ କର୍ଯ୍ୟକ୍ରମରେ ଉତ୍କଳ ପୂର୍ଣ୍ଣାଙ୍ଗ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯନ୍ତ୍ରୀ ତଥା କଳିଙ୍ଗ ପାଇକ ସଂଗଠନର ସଦସ୍ୟ ଯନ୍ତ୍ରୀ ଶିଶିର କୁମାର ନାୟକ, ଓଡ଼ିଶା ନାଗରିକ ମହାମଞ୍ଚର ଉପସଭାପତି ବିଜୟ ପରିଡ଼ା, ଭାଷାବିତ୍ ପ୍ରଦୀପ ବିଶ୍ୱାଳ ଯୋଗଦେଇ ଶତାୟୁ ପୁରୁଷ ହଟ୍ଟନାଥ ମଙ୍ଗରାଜ ଓ ଶ୍ରୀଯୁକ୍ତ ଶତପଥୀଙ୍କ ସାରସ୍ୱତ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ ଆଜି ଆମ ମାତୃଭାଷା ଓ ସୀମା ଘୋର ବିପଦରେ । ସମସ୍ତେ ନିଜ ନିଜ ସ୍ତରରେ ଏହାର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଶତପଥୀ ଓଡ଼ିଶା-ଆନ୍ଧ୍ର ସୀମା-ଓଡ଼ିଶା ମଧ୍ୟରେ ସୀମା ବିବାଦର ଅନ୍ତ ହେବ ସେହି ଦିଗରେ ପ୍ରଚେଷ୍ଟା କରିବା ସହିତ ବଳିଷ୍ଠ ତଥ୍ୟ ଓ ସୂଚନାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଫଳସ୍ୱରୂପ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ସମସ୍ୟାର ସମଧାନ ଉଜ୍ଜିବିତ ହେବା ସହିତ ସେହି ଦିଗରେ ପ୍ରଚେଷ୍ଟା କରିବା ସହିତ ବଳିଷ୍ଠ ତଥ୍ୟ ଓ ସୂଚନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ସାରସ୍ୱତ, ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱଙ୍କୁ କଳିଙ୍ଗ ପାଇକ ସଂଗଠନ, ଓଡ଼ିଶା ନାଗରିକ ମହାମଞ୍ଚ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟି, ତାପଙ୍ଗ ଦଳବେହେରା ସ୍ମୃତି କମିଟି, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଶହୀଦ ରଘୁଦିବାକର ସ୍ମୃତି କମିଟି, ସୁବାର୍ତ୍ତା, ନାରାୟଣ ସେବା ପାଉଣ୍ଡେସନ, ଓଡ଼ିଶା ସମାଜସେବୀ ମହାସଂଘ ପ୍ରମୁଖ ସଂଗଠନ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଅମରେନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ବିଶ୍ୱାଳ, ରମେଶ ଚନ୍ଦ୍ର ପାତାଳସିଂହ, ବ୍ରଜବନ୍ଧୁ ପରିଡ଼ା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସମିତା ମହାରଣା, କବି ସୁନିଲ କୁମାର ମିଶ୍ର, କାମଦେବ ମହାପାତ୍ର, ମୋହନ ସୁନ୍ଦର ଦଳସିଂହରାୟ, ବି. ମୁରଲୀଧର, ସୀତାଂଶୁ ଶେଖର ମହାରଣା, ଡ. ଜୟଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଆଜିର ଯୁବପୀଢ଼ୀ ଉକ୍ତ ଦୁଇ ସାରସ୍ୱତ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ରୋହିତ କୁମାର, ଦେବାଶିଷ, ପ୍ରିୟବ୍ରତ, ରବିନାରାୟଣ ଚମ୍ପତି ପ୍ରମୁଖ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା ।