ବିରଳ ବଜ୍ରକାପ୍ତା ଉଦ୍ଧାର, ୨ ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁରୁଜୁଳି ପଞ୍ଚାୟତ ଚିଡାଙ୍ଗପଙ୍କା ଗ୍ରାମ ଠାରେ ପୋଲିସ ଓ ବନ ବିଭାଗର ମିଳିତ ଚଢାଉ ବେଳେ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଚିଡାଙ୍ଗପଙ୍କା ଗ୍ରାମର କିଛି ଦୁର୍ବୁତ୍ତ ଏହି ବଜ୍ରକାପ୍ତାକୁ ଏକ ଗଛର କରୋଡରେ ଲୁଚାଇ ରଖିଥିଲେ । ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅଡବା ପୋଲିସ ଓ ମୋହନା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ବେଳେ ଗଛ କରୋଡରେ ଲୁଚାଯାଇ ରଖାଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଦୁଇଜଣଙ୍କୁ ସନ୍ଦେହରେ ଅଟକ ରଖି ମୋହନା ବନବିଭାଗ ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ