ପୁରାତନ ଛାତ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାୟ ଦୁଇ ବର୍ଷ ହେଲା ମହାମାରୀ କୋଭିଡ ଯୋଗୁଁ ସ୍କୁଲ ବନଦ ରହିଥିଲା । ତେଣୁ ସ୍କୁଲ ଏବଂ ଏହାର ପରିସର ଗଛପତ୍ର ଏବଂ ମଇଳାରେ ପରିପୂର୍ଣ୍ଣ ହୋଇପଡିଥିଲା । ତାହା ସହିତ ବିଭିନ୍ନ ପ୍ରକାର ବିଷାକ୍ତ ସରୀସୃପ ପ୍ରାଣୀ ଦେଖାଯାଉଥିବା ନଜରକୁ ଆସୁଥଲା । କିଛି କ୍ଲାସ ହେବା ଆରମ୍ଭ ହେବାପରେ ସ୍କୁଲ ଗୁଡିକ ଖୋଲାଯାଇଥିଲା । ସ୍ଥାନୀୟ ପୁରାତନ ଛାତ୍ର ସେହି ରାସ୍ତା ଦେଇ ଯିବାବେଳେ ସ୍କୁଲ ପୁରା ଗଛଡାଳରେ ପରିପୂର୍ଣ୍ଣ ଅବସ୍ଥା ଦେଖି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଯୋଗାଯୋଗ କରି ଆମ୍ଭେ ସ୍କୁଲର ପରିସର ଭିତରେ ଅନାବନା ଗଛକୁ ବାହାର କରି ସଫା କରିବା ପାଇଁ ପୁରାତନ ଛାତ୍ରମାନେ ପ୍ରତିଶୃତି ଦେଇଥିଲେ । ଆଜି ଶନିବାର ପ୍ରଥମାଷ୍ଟମି ଛୁଟିଥିବା ଯୋଗୁଁ ଗ୍ରାମର ଛାତ୍ରୀମାନେ ମିଳିମିଶି ସ୍କୁଲ ପରିସର ସଫାକରିଥିଲେ । ସ୍କୁଲ ପରିସର ଭିତରେ ଭଗ୍ନ ଅବସ୍ଥାନ (ବିପଦ ଶଙ୍କୁଳିତ) ଅବସ୍ଥାରେ ଥିବା କୋଠରିକୁ ବାହାର କରିବା ପାଇଁ ଗଜପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ତାହା ସହିତ ଜଙ୍ଗଲପଦା ଆନ୍ଧ୍ର ଓଡିଶା ସୀମାରେ ରହିଛନ୍ତି । ଏଠାରେ ହାଇସ୍କୁଲର ବ୍ୟବସ୍ଥା ନଥିବା ଯୋଗୁଁ ଆନ୍ଧ୍ରରେ ଦଶମ ଶ୍ରେଣ ପଢିବା ପାଇଁ ଯାଉଛନ୍ତି ତେଣୁ ଜଙ୍ଗଲପାଡୁ ଗ୍ରାମରେ ହାଇସ୍କୁଲ କରିବା ପାଇଁ ପୁରାତନ ଛାତ୍ରମାନେ ଦାବି କରିବେ ବୋଲି କହିଛନ୍ତି । ଆଜି ସ୍କୁଲ ସଫାରେ ପୁରାତନ ଛାତ୍ର ସାମିଲ ହୋଇଥିଲେ ନରେଶ ସାମଲ, ପ୍ରଣୟକୁମାର ସାମଲ, ଅଜିତ ଜେନ୍ନା, ରବୀନ୍ଦ୍ର ସାମଲ, କୃପାସିନ୍ଧୁ ବିଶୋଇ, ଭଗବାନ ପ୍ରସାଦ ନାୟକ (ସମାଜସେବି) ପ୍ରମୁଖ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ