ଘଟଗାଁ ଗସ୍ତରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ଅପରାଜିତା ସଡଙ୍ଗି

ଘଟଗାଁ, (ନାରାୟଣ ପଲେଇ):ଆଜି ଘଟଗାଁ ସମେତ କେନ୍ଦୁଝର, ଆନନ୍ଦପୁର ଏକ ଦିନିଆ ଗସ୍ତରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ସଡଙ୍ଗି ଆସିଥିଲେ । ଶ୍ରୀମତି ସଡଙ୍ଗି ଗତ ଶନିବାର ରାତିରେ ଘଟଗାଁରେ ପହଂଚି ଡାକବଙ୍ଗଳାରେ ରହିଥିଲେ । ରବିବାର ସକାଳୂ ସକାଳୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ଘଟଗାଁ ମା ତାରିଣୀଙ୍କ ଦର୍ଶନ କରିଥିଲେ । ଦର୍ଶନ କରିବା ରେ ଘଟଗାଁରେ ପଦଯାତ୍ରାର କାର୍ଯ୍ୟକ୍ରମ ରହିଥିଲା । ମା ତାରିଣୀ ମନ୍ଦିର ପାଖ ଶାଳବଣ ନିକଟରୁ ପଦଯାତ୍ରା ଆରମ୍ଭ କରି ଘଟଗାଁ ବଜାର ଦେଇ ବସ୍‌ଷ୍ଠାଣ୍ଡରେ ପଦଯାତ୍ରା ଶେଷ କରିଥିଲେ । ଏହି ପଦଯାତ୍ରା ଅତି ଆସନନ୍ଦରେ ବାଜା ବାଣ ଫୁଟାଇ, ନାଚ ଗିତରେ ମସଗୁଲ୍ ହୋଇ ଶତାଧିକ ବିଜେପି ସମର୍ଥକ ସାମିଲ୍ ହୋଇଥିଲେ । ତାସହିତ ବସ୍‌୍‌ଷ୍ଠାଣ୍ଡ ପରିସରରେ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା । ସେଠାରେ ସାଂସଦ ଅପରାଜିତା ନିଜର ବକ୍ତବ୍ୟ ମାଧ୍ୟମରେ ଗତ କିଛି ଦିନ ତଳେ ବାହାରି ôବା ନିତି ଆୟୋଗ ରିପୋର୍ଟ ଅନୁସାରେ, କେନ୍ଦୁଝର ଜିଲ୍ଲାରେ ବର୍ତମାନ ୧୮ ଲକ୍ଷରୁ ଉଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୪୨ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିବା କହିଥିଲେ । ତେବେ ୨୦ ବର୍ଷ ହେବ ଗୋଟିଏ ରାଜନୈତିକ ଦଳ ଶାସନ କରିଆସୁଥିବା ବେଳୈ ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ରେ ୪୨ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଜିବନଯାପନ କରୁଛନ୍ତି କିପରି? ତାସହିତ ରାଜ୍ୟରେ ପ୍ରତି ତିିନି ଜଣଙ୍କ ମଧ୍ୟରେ ଜଣେ ଦାରିଦ୍ର କାହିଁକି ରହୁଛି କହି ସିଧାସଳଖ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ଆଜି ଘଟଗା ପରେ କେନ୍ଦୁଝର ଗସ୍ତରେ ବାହାରି ଯାଇଥିଲେ ସାଂସଦ ମହାଶୟା । ଘଟଗାଁ ଠାରେ ସାଧାରଣ ବୈଠକ ଶେଷ ହେବା ରେ କେନ୍ଦୁଝର ଗସ୍ତରେ ବାହାରି ପଡିଥିଲେ ସାଂସଦ ଅପରାଜିତା ସଡଙ୍ଗି । ତାଙ୍କର କେନ୍ଦୁଝର ଗସ୍ତର ମୂଳ ଉଦ୍ଦେଶ୍ୟ ବିଗତ ଦିନରେ ତାଙ୍କୁ କେନ୍ଦୁଝର ଜିଲ୍ଲାର ବେସରକାରୀ ସଂଗଠନ ତାଙ୍କୁ ବାରମ୍ବାର ଆମନ୍ତ୍ରୀତ କରିଥିଲେ, ସେମାନଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ସେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ