ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଉଜ୍ବଳେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଜଣକ ହେଲେ ଆଇ ଆରଇ ଛକ ନିକଟ ଜଗନ୍ନାଥ କଲୋନୀର ନିରାକାର ଦାସ ବୋଲି ଜଣା ପଡିଛି l ମିଳିଥିବା ସୂଚନା ଅନୁସାରେ ନିରାକାର ଏକ ହୋଟେଲ ରେ କାର୍ଯ୍ୟ କରୁଥିବା ବେଳେ ରାତି ୧୨ଟାରେ କାର୍ଯ୍ୟ ସାରି ନିଜ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଶଙ୍ଖକୁ ପିଟି ହୋଇଥିଲେ l ଫଳରେ ସେ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡିଯାଇଥିଲେ l ଖବର ପାଇ ଛତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିରାକାରଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ l ଅନ୍ୟପଟେ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ