୭୪ତମ ଏନ୍‌ସିସି ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟ ପରିସରରେ ୭୪ତମ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଭଜମନ ବେହେରା ଓ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାସ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଷେଶ ଉପସ୍ଥିତିରେ ମହାବିଦ୍ୟାଳୟ ପରିସରରେଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ୟାରେଡ୍ ସ୍ଥଳରେ ପହଞ୍ଚିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନ୍‌ସିସି ପତାକା ଉତ୍ତଳନ କରି ଏନ୍‌ସିସି କ୍ୟାଡେଟ୍ ମାନଙ୍କୁ ସମ୍ବୋଧନ କରିଥିଲେ । ନିଜ ବକ୍ତବ୍ୟରେ କ୍ୟାଡେଟ୍‌ମାନଙ୍କ ଅଭ୍ୟାସ, ପରିଶ୍ରମ ଆଦିର ଭୂୟଶୀ ପ୍ରଶଂସା କରିବା ସହ ଦେଶ ମାତୃକାର ସେବା ନିମନ୍ତେ ଉତ୍ସାହିତ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ଦାସ ଏନ୍‌ସିସି କ୍ୟାଡେଟ୍ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ କ୍ୟାଡେଟମାନଙ୍କ ଦ୍ୱାରା ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଏହାକୁ ନିରିକ୍ଷଣ କରିଥିଲେ । କ୍ୟାଡେଟ୍‌ମାନେ ସିନିୟର୍ ଡିଭିଜନ୍ ଏସ୍‌ୟୁଓ ତରୁଣ ଚିନ୍ତାଡାଙ୍କ ନେତୃତ୍ୱରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନ୍‌ସିସି ଅଧିକାରୀ ହରିହର ଦାସ, ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପିକା ସୁଜାତା ଗମାଙ୍ଗ, ବୈଦ୍ୟନାଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ