ଗଜପତିର ବିଭିନ୍ନ ଜଳ ଜୀବନ ମିଶନ ପ୍ରକଳ୍ପର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ବଭିନ୍ନ ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଏହି ଜଳ ଜୀବନ ମିଶନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଜିଲ୍ଲାର ଗୋଷାଣୀ ବ୍ଲକର ବଡଗାଁ ଓ ବଡଗୋଷାଣୀ, ରାୟଗଡ ବ୍ଲକର ଆଶୀର୍ବାଦନଗର ଓ ଲାଟିଗାଁ, ମୋହନା ବ୍ଲକର ହିକ୍ରିକୁମ୍ମା ଓ ଲିଲିଗୁଡା, ଆର୍‌.ଉଦୟଗିରି ବ୍ଲକର ରଣ୍ଡିବା ଆଦି ଗ୍ରାମ ଠାରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ ଜଳ ଜୀବନ ମିଶନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । କେନ୍ଦ୍ରୀୟ ଜଳ ଜୀବନ ମିଶନ ପ୍ରକଳ୍ପର ଅଣ୍ଡର ସେକ୍ରେଟେରୀ ବିକାଶ ଶ୍ରୀବାସ୍ତବ ଏବଂ ଗ୍ରାମ୍ୟ ଭିତ୍ତିଭୂମି କନସ୍ୟୁଲେଣ୍ଟ ଅଭିୟାନତେଶ ବର୍ମା ପ୍ରମୁଖ ପ୍ରତ୍ୟେକ ହିତାଧିକାରୀ ଯେପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ବିଷୟରେ ବୁଝାଇଥିଲେ । ହିତାଧିକାରୀଙ୍କ ଘରକୁ ଯାଇ କାର୍ଯ୍ୟର ତଦାରଖ କରି ଜଳ ସଂରକ୍ଷଣ ଓ ଅଦରକାରୀ ଜଳକୁ କିପରି କାର୍ଯ୍ୟରେ ଲଗାଇବେ ତାହା ଲୋକମାନଙ୍କୁ କହିଥିଲେ । ଏଥିରେ ଓଡିଶା ସରକାରଙ୍କ ଗଜପତି ଜିଲ୍ଲାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁମାରୀ ସ୍ୱୟଂପ୍ରଭା ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ପାଳ, ସହକାରୀ ଯନ୍ତ୍ରୀ ସିମାଞ୍ଚଳ ବେହେରା, କନିଷ୍ଠ ଯନ୍ତ୍ରୀ ନାରାୟଣ ସେଠୀ, କନିଷ୍ଠଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ, ଜଳ ପରୀକ୍ଷକ ରୋଶନ କୁମାର ପାତ୍ର, ଏସ୍‌.ଇ.ଏମ୍ ଓ ଗ୍ରାମ ବିକାଶ କର୍ମକର୍ତ୍ତା, ଶିକ୍ଷା କର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାୟତର ସଦସ୍ୟ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ