ବାଇକ ଯୋଗେ ଓ କାନ୍ଧରେ ବୁହା ହୋଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ଦୁରାବସ୍ଥା ଚିତ୍ର ଦେଖିଲେ ସେମାନଙ୍କ ଦୁରାବସ୍ଥା କହିଲେ ନସରେ । ମୁଖ୍ୟତଃ ଆଜିବି ରାସ୍ତାଘାଟ ତଥା ବିକାଶର ବହୁ ପଛରେ ପଡିଥିବା ଦୁର୍ଗମାଞ୍ଚଳର ଅବସ୍ଥାକୁ ଦେଖିଲେ ହିଁ ବିଶ୍ୱାସ କରିହେବ । ବିଭିନ୍ନ ସରକାର ବିଭିନ୍ନ ସମସୟରେ ବିକାଶ ଓ ରାସ୍ତାଘାଟ ନିର୍ମାଣର ଡିଣ୍ଡିମ ପିଟି ଚାଲିଛନ୍ତି । ହେଲେ ଦୁର୍ଗମାଞ୍ଚଳର ବାସ୍ତବ ଚିତ୍ର ଅତି ବିକଳ । ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ପ୍ରଞ୍ଚାୟତର ବହୁ ଗ୍ରାମ ଅତି ଦୁର୍ଗମ ତଥା ବନପାହାଡ ଘେରାରେ ରହିଛି । ଏଭଳି ଏକ ଗ୍ରାମ ଜନକପୁର ଗ୍ରାମାଞ୍ଚଳକୁ ଲାଗି ୪ ଗୋଟି ଗ୍ରାମ ରହିଛି । ଏହି ଗ୍ରାମାଞ୍ଚଳରେ ପ୍ରାୟ ୭୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ପଞ୍ଚାୟତ ସଦର ମହକୁମା ରାଇପଙ୍କାକୁ ଯିବାକୁ ହେଲେ ୧୧କିମି ରାସ୍ତା ପଡୁଥିବା ବେଳେ ଖାଲଖମାରେ ଭରପରୁ ଏହି ରାସ୍ତା ଅଟେ । ସରକାରଙ୍କ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଆମ୍ବଲାନ୍ସ ସେବା ପହଞ୍ଚି ପାରୁ ନାହିଁ । ଦୁର୍ଗମ ଅଞ୍ଚଳରେ ଏଭଳି ଘଟଣା ଦୈନନ୍ଦିନ ଘଟଣା ଅଟେ । ଜନକପୁର ଗ୍ରାମାଞ୍ଚକୁ ରାସ୍ତା ନଥିବା ହେତୁ ଗର୍ଭବତୀ ପ୍ରସୂତି ମହିଳାଙ୍କୁ କେଉଁଠାରୁ ପାଦଚଲାରେ ଆଣୁଛନ୍ତିତ ଆଉଁ କେତେକା ଅଞ୍ଚଳ ରାସ୍ତାକୁ ବାଇକ ଯୋଗେ ଅତିକ୍ରମ କରାଉଛନ୍ତି । ବିଶେଷ କରି ପାଣି ତଥା ଝରଣା ନାଳ ଆଦି ଥିବା ସ୍ଥାନ ମାନଙ୍କରେ କାନ୍ଧରେ ବୁହାହୋଇ ଆଣୁ ଥିବାର ଲକ୍ଷ୍ୟ କରାଯାଉଛି । ଜନକପୁର ଠାରୁ ଲଦିଗୁଡା ଗର୍ଭବତୀ ମହିଳାଙ୍କୁ ଆଣିବାକୁ ହେଲେ କାଲିମେଳା ନାଳ ପାର କରିବାକୁ ପଡୁଛି । ଏହି ରାସ୍ତା ୩ କିମି ଚଲାପଥରେ ଯିବାକୁ ପଡେ । ଏହାପରେ ବିରିକୋଟ ମେଡିକାଲ ପର୍ଯ୍ୟନ୍ତ ଭାର ବା କାନ୍ଧେଇ ନେବା ଆଣିବାକୁ ପଡିଥାଏ । ସୂଚନା ଯୋଗ୍ୟ ଯେ, ଏପରି ପାହାଡିଆ ତଥା ଦୁର୍ଗମାଞ୍ଚଳରେ ଏପରି ପ୍ରତିସୂତି ମହିଳାଙ୍କୁ ନେବା ଆଣିବା କରିବା ବେଳେ ମୃତ୍ୟୁମୁଖରେ ପଡୁଥିବାର ମଧ୍ୟ ନଜିର ରହିଛି । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ନଜର ଏହି ଗ୍ରାମାଞ୍ଚଳ ଉପରେ ପଡୁନଥିବାର ଅଞ୍ଚଳବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ