ହୃଦଘାତରେ ପୈାର କର୍ମଚାରୀଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୈାର ପରିଷଦ ରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ତ୍ରିଲୋଚନ ଗଉଡ (୫୨)ଙ୍କ ରବିବାର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଅପରାହ୍ନରେ ତ୍ରିଲୋଚନ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହୋଇ ପୈାର କାର୍ଯ୍ୟାଳୟ ପରିସରରେ ବିଶ୍ରାମ ନେଇଥିଲେ । କିଛି ସମୟ ପରେ ଜୈନିକ ସହକର୍ମୀ ତାଙ୍କୁ ନିଦରୁ ଉଠାଇଥିଲେ ମଧ୍ୟ ଉଠିନଥିଲେ । ପରେ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଓ ପୈାର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ମୃତ ତ୍ରିଲୋଚନଙ୍କ ଶବକୁ ବାସଭବନକୁ ଆଣିଥିଲେ । ସହରର ବହୁ ଜଣାଶୁଣା ବ୍ୟକ୍ତି ଓ ପୈାର କର୍ମଚାରୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ ଲୋକପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ