୫୩ ଏକର ଜମିରେ ଗଞ୍ଜେଇ ଗଛକୁ ପୋଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କାଡାମୁଲୁ ଗ୍ରାମାଞ୍ଚଳର ୫୩ଏକର ଜମିରେ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି । ଏହି ଚଢାଉରେ ଅବକାରୀ ବିଭାଗ, ମୋହନା ଥାନା ପୋଲିସ ଟିମ୍‌, ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତଥିଲେ । ୫୩ଏକର ପରିମିତ ଏହି ଜମିରେ ପ୍ରାୟ ୧ଲକ୍ଷ ୬ହଜାର ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରିଥିଲେ । ଏହି ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସୂତ୍ରରୁ ପ୍ରକାଶ । ଏନେଇ ମୋହନା ଥାନାରେ ୨୩୪/୨୧ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ