ଶ୍ରୀରାମ ଡିଗ୍ରୀ କଲେଜରେ ଏନ୍‌ସିସି ଦିବସ ପାଳିତ

କାଶୀନଗର, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସହର ଠାରେ ଥିବା ଶ୍ରୀରାମ ଡିଗ୍ରୀ କଲେଜ ଠାରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । କଲେଜର ଏନ୍‌ସିସି ଅଫିସର ପାଡାଲା ଭେଙ୍କଟ ରାଓ ଏନ୍‌ସିସି ଧ୍ୱଜାକୁ ଉତ୍ତୋଳନ କରିଥିଲେ । ପରେ ଏନ୍‌ସିସି କ୍ୟାଡେଟମାନଙ୍କ ଦ୍ୱାରା ପ୍ୟାରେଡ କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୁବ ରେଡକ୍ରସର କାଉନସିଲର ପି.ଭେଙ୍କଟ ଯୋଗଦେଇଥିବା ବେଳେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ