ନେହୁରୁ ଯୁବ କେନ୍ଦ୍ର ଦ୍ୱାରା ଗଜପତିରେ ଦେଶପ୍ରେମ ଏବଂ ରାଷ୍ଟ୍ର ନିର୍ମାଣ ଉପରେ ଘୋଷଣା ପ୍ରତିଯୋଗୀତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁ-ଟେକ କମ୍ପ୍ୟୁଟର ସେଣ୍ଟରରେ “ଜିଲ୍ଲାସ୍ତରୀୟ ଦେଶ ପ୍ରେମ ଏବଂ ରାଷ୍ଟ୍ର ନିର୍ମାଣ ଉପରେ ଘୋଷଣା ପ୍ରତିଯୋଗୀତା” (ଡିଷ୍ଟ୍ରିକ୍ଟ ଲେବଲ ଡିକ୍‌ଲାମେସନ କଣ୍ଟେଷ୍ଟ ଅନ ପେଟ୍ରୋଜିୟମ ଆଣ୍ଡ ନ୍ୟାସନ ବିଲ୍ଡିଂ) ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା । ବ୍ଲକସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ, ୨ୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ତଥା କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯାଇଥିଲା । ପ୍ରଥମ ସ୍ଥାନରେ କାଶୀନଗର ବ୍ଲକର ବିନୟ ରାଜ.ଭିଙ୍କୁ ମାନପତ୍ର ଓ ୫ହଜାର ଟଙ୍କା ପୁରସ୍କାର ଦିଆଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ନୂଆଗଡ ବ୍ଲକର କବିରାଜ ରଇତଙ୍କୁ ମାନପତ୍ର ସହ ଦୁଇହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଆର୍‌.ଉଦୟଗିରି ବ୍ଲକର ସନ୍ତୋଷୀ ରାଉତଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଜିଲ୍ଲାସ୍ତରରେ ପ୍ରଥମ ହୋଇଥିବା ବିନୟ ରାଜ.ଭି ରାଜ୍ୟସ୍ତରୀ ଡିକ୍‌ଲାମେସନ ପ୍ରତିଯୋଗୀତାକୁ ମନୋନିତ ହୋଇଥିବର ଜଣାପଡିଛି । ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ବିଚାରକ ଭାବେ ମହିଳାମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ.ଅରୁଣା କୁମାରୀ ସାମଲ, ବିନୋଦିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଧ୍ୟାପକ ସୀତାରାମ ପ୍ରଧାନ, ଆଡଲ୍ଟ ଲିଟ୍ରେସିର ପ୍ରାକ୍ତନ ନିର୍ଦ୍ଦେଶକ ଭଗବତ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ଏନ୍‌ୱାଇକେର ସ୍ୱେଚ୍ଛାସେବୀ ଏ.ମହେଶ୍ୱର ରାଓ, ଭି.ଭବାନୀ ପ୍ରସାଦ, ଭାସ୍କର ଘାଣ୍ଟା, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ