ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସେବା ଶିବିର ଉଦଯାପନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାଳିକା ବିଭାଗ ପକ୍ଷରୁ ୨୫ ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ଉଦଯାପନୀ ହୋଇଯାଇଛି। ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରୀ ମାନେ ଚାରା ରୋପଣ, ଭୋଟର ସଚେତନତା, ସାମ୍ପ୍ରଦାୟିକ ସଦଭାବ , ପିତୃ ମାତୃ ସେବା, କରୋନା ସମ୍ଭଧିତ ସଚେତନତା, ସ୍ୱଚ୍ଛ ଭାରତ ଅଭିଯାନ ମୋହନା ପଞ୍ଚାୟତରେ କରିବା ସହ କଣ୍ଟେଇକୋଳି, ଶିବ ମନ୍ଦିର, ଚର୍ଚ୍ଚ, ବ୍ଲକ ଅଫିସ, ଥାନା, ତହସିଲ, ସିଡିପିଓ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ସିମାଞ୍ଚଳ ସାହୁ ସଭାପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବୀର ମୁଖ୍ୟ ଅତିଥି, ଯୁକ୍ତ ୩ର ରାଜନୀତି ବିଜ୍ଞାନ ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଭଗବାନ ବିଷୋୟୀ, ଏସ. ରମେଶ,ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ମିନକେତନ ମିଶ୍ର, , କାମାକ୍ଷା ପ୍ରସାଦ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ