ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସ୍ୱଚ୍ଛତା ଓ ଉତ୍ତମ ମାନର କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) : ରବିବାର ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆୟୋଜିତ ସମୀକ୍ଷା ବୈଠକ ରେ ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ପାଇତାରି ଗ୍ରାମବାସୀଙ୍କ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ୭୦ ଲକ୍ଷ,୫୬ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ପ୍ରକଳ୍ପ କାମ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ସମ୍ବନ୍ଧରେ ବିଧାୟକ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ ପ୍ରକଳ୍ପ କାମକୁ ସ୍ୱଚ୍ଛତା ସହ ଉତ୍ତମ ମାନର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିମ୍ନମାନର ରଡ୍‌କୁ ବଦଳାଇ ଉତ୍ତମ ରଡ୍ ବ୍ୟବହାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଯେତିକି କାମ ହୋଇଛି ସେହି କାମରେ ଲାଗିଥିବା ରଡ୍‌କୁ ବାହାର କରି ଭଲ ରଡ୍‌ରେ କାମ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ସମୀକ୍ଷାରେ କହିଥିଲେ । ଏନେଇ ଗତ ଗୁରୁବାର ଦିନ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲ। । ଗ୍ରାମବାସୀ ମାନେ ପାଇତାରୀ ଗ୍ରାମନିକଟ ପାହାଦ ତଳେ ଚାଲିଥିବା ଓଭରହେଡ ଟ୍ୟାଙ୍କ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ । ପରେ ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ