ଅଭିଶପ୍ତ ଜୀବନ କାଟୁଛି ବୁଧବାରି

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଠିକଣା କେବଳ ମଶାଣି ଭୂଇଁ। ଦୋଷ ଖାଲି କୁଷ୍ଠ ରୋଗୀ ବୋଲି। ବିଜ୍ଞାନ ବଳ ରେ ମଣିଷ କାହିଁ କେତେ ଦୂର ଆଗେଇ କଲାଣି।ଚନ୍ଦ୍ର ପୃଷ୍ଠ ରେ ନିଜ କାୟା ବିସ୍ତାର କଲାଣି।ହେଲେ ଏହି ଆଧୁନିକ ସମାଜ ଏବେ ବି ଅନ୍ଧ ବିଶ୍ୱାସ ଭିତରେ ଡୁବି ରହିଛି। ଯାହା ପାଇଁ ଜଣେ କୁଷ୍ଠ ରୋଗୀ ଅଭିଶପ୍ତ ଜୀବନ କାଟିଥିବା ନଜିର ରେ ଆସିଛି। କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକଅଧିନସ୍ଥ,କାଣିଗୁମ ଗ୍ରାମପଞ୍ଚାୟତର ଧୂଳିଗୁଡାଗ୍ରାମର ୭୦ବର୍ଷୀୟ ବୃଦ୍ଧା ବୁଧବାରୀ ମାଝୀ । କୁଷ୍ଠ ରୋଗି ବୋଲି ନିଜ ଲୋକ ବି ପରକରି ଗଲେ । ସମାଜ ବାସନ୍ଦ ଡର ରେ ଘରଲୋକେ ଏକ ମଶାଣି ଭୁଇଁରେ ଛାଡି ଦେଇ ଆସିଲେ।ଜଣେ ସମାଜ ସେବୀ ନିଜ ପାଖରେ ରଖି ସେବା ଯତ୍ନ ନେବା କୁ ଆଗେଇ ଆସିଥିଲେ ହେଲେ ତାଙ୍କୁ ମଧ୍ୟ ବାରଣ କରାଗଲା।ସେ ଏକ ପଲିଥିନ ଟୁଙ୍ଗି କୁଡ଼ିଆଟେ ମଶାଣି ରେ କରିଦେଇଥିଲେ।ବେଶ ଏବେ ସେ ସେହିଠି ପଡିରହିଛି।କେବେ ଖାଉଛି ତ କେବେ ଉପବାସ ରେ ଦିନ ବିତେ। ଏବେ ଦିନ କୁ ଦିନ ରୋଗ ବଢି ମୁଣ୍ଡରେ ପୋକ ସାଲୁ ସାଲୁ ହେଲାଣି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଚିକିତ୍ସା ପାଇଁ ବନ୍ଦୋବସ୍ତ କରାଇବା କୁ ଗ୍ରାମ ବାସୀ ଙ୍କ ଦାବି ହୁଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ