ରାମ ମନ୍ଦିର ଆନ୍ଦୋଳନର ଚର୍ଚ୍ଚିତ ଚେହେରା

ତତ୍କାଳିନ ବିଜେପି ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଥିଲେ । ୧୯୯୦ରେ ଆଡଭାନୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ସମର୍ଥନ ପାଇଁ ରାମ ରଥଯାତ୍ରା ଆରମ୍ଭ କରିଥିଲେ । ତେବେ ବିହାରର ସମସ୍ତିପୁରରେ ଆଡଭାନୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରାଯାଇଥିଲା । ମୁରଲୀ ମନୋହର ଯୋଶୀ ମୁରଲୀ ମନୋହର ଯୋଶୀ ୧୯୯୧ରେ ବିଜେପି ଅଧ୍ୟକ୍ଷ ପଦରେ ରହିଥିଲେ ଏବଂ ରାମ ମନ୍ଦିର ଆନ୍ଦୋଳନରେ ସେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଡିସେମ୍ବର ୬ରେ ହୋଇଥିବା କରସେବକଙ୍କ ଶୋଭାଯାତ୍ରା ସମୟରେ ସେ ମଧ୍ୟ ଆରଏସ୍ଏସ୍ ନେତାମାନଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ । ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ଯୋଶୀଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା ! ଉମା ଭାରତୀ :ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ସିବିଆଇ ବିଜେପି ନେତ୍ରୀ ଉମା ଭାରତୀଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା । ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ସେ ଉପସ୍ଥିତ ଥିଲେ ଏବଂ ହିଂସା ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । କଲ୍ୟାଣ ସିଂହ :କଲ୍ୟାଣ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ କରସେବକଙ୍କ ଦ୍ୱାରା ବାବ୍ରି ମସଜିଦ୍ ଧ୍ୱଂସ କରାଯାଇଥିଲା । ପରେ କଲ୍ୟାଣ ସିଂହ ସେହିଦିନ ସନ୍ଧ୍ୟାରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଡିସେମ୍ବର ୬ ର‌୍ୟାଲି ପୂର୍ବରୁ ସେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଶ୍ଚିତ କରାଇଥିଲେ ଯେ ତାଙ୍କ ସରକାର ମସଜିଦ୍ର କୌଣସି କ୍ଷତି ହେବାକୁ ଦେବେନାହିଁ । କିନ୍ତୁ ସେ ତାଙ୍କ କଥା ରଖିବାରେ ବିଫଳ ହୋଇଥିଲେ ।ଅଶୋକ ସିଂଘଲ୍ :ସେତେବେଳେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଥିଲେ ଅଶୋକ ସିଂଘଲ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ୧୯୮୪ରେ ହୋଇଥିବା ପ୍ରଚାରରେ ସେ ସାମିଲ ଥିଲେ । ସିଂଘଲ ହେଉଛନ୍ତି ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ବିନ୍ଧାଣି । ୧୯୯୨ ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ଥିଲେ ।ପିଭି ନରସିଂହ ରାଓ :ପିଭି ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ବାବ୍ରି ମସଜିଦ୍ ଭଙ୍ଗା ଯାଇଥିଲା । ବାବ୍ରି ମସଜିଦ୍ ଧ୍ୱଂସ ମାମଲା ପାଇଁ ପିଭିଙ୍କୁ ଅନେକ ଦାୟୀ କରିଥିଲେ ମଧ୍ୟ ମାମଲାର ତଦନ୍ତ କରିଥିବା ଲିବରହାନ୍ କମିସନ୍ ଏହି ମାମଲାରେ ତାଙ୍କୁ ଦୋଷମୁକ୍ତ କରିଥିଲେ ।ବିଜୟା ରାଜେ ସିନ୍ଧିଆ :ଗ୍ୱାଲିଅରର ରାଜମାତା ଏବଂ ବରିଷ୍ଠ ବିଜେପି ନେତା ବିଜୟା ରାଜେ ସିନ୍ଧିଆ ଡିସେମ୍ବର ୬ ଅଯୋଧ୍ୟା ର‌୍ୟାଲି ସମୟରେ ମଞ୍ଚ ଉପରେ ବିଜେପି, ଆରଏସ୍ଏସ୍ ଏବଂ ଭିଏଚ୍ପିର ପ୍ରମୁଖ ନେତାମାନଙ୍କ ଉପସ୍ଥିତ ଥିଲେ ।ବାଲ୍ ଠାକରେ :ଶିବସେନା ସୁପ୍ରିମୋ ବାଲ୍ ଠାକରେ ବାବ୍ରି ମସଜିଦ୍ ଧ୍ୱଂସ ସ୍ଥଳରେ ଉପସ୍ଥିତ ନ ଥିଲେ ହେଁ ଏହି ନିର୍ମାଣ ଧ୍ୱଂସ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସେ ସାମିଲ ଥିବା କୁହାଯାଇଥିଲା । ବାବ୍ରି ମସଜିଦ୍ ଧ୍ୱଂସ ପରେ ଠାକରେ ଦାବି କରିଥିଲେ ଯେ ମସଜିଦ୍ ଭାଙ୍ଗିବାରେ ତାଙ୍କ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ