ପ୍ରଧାନମନ୍ତ୍ରୀ ୨୦୦ରୁ ଅଧିକ ପରିପୂରକ ପୌଷ୍ଟିକତା ନିର୍ମାଣକାରୀ ୟୁନିଟ୍ର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ । ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ହେଉଛି । ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ୟାପାର ସମ୍ବାଦଦାତା-ସାକ୍ଷୀ (ବି.ସି ସାକ୍ଷୀ) ପ୍ରତ୍ୟେକ ୪ହଜାର ଟଙ୍କାର ପ୍ରଥମ ଛାତ୍ରବୃତ୍ତି, ୨୦ହଜାର ଟଙ୍କା ବି.ସି. ସାକ୍ଷୀଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କନ୍ୟା ମଙ୍ଗଳ ଯୋଜନା’ର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିନ୍ଦୀ ସାହିତ୍ୟର ପ୍ରଥିତଯଶା ଲେଖକ ମହାବୀର ପ୍ରସାଦ ଦ୍ୱିବେଦୀଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଲେ ଯେ ପ୍ରୟାଗରାଜ ହେଉଛି ଗଙ୍ଗା, ଯମୁନା, ସରସ୍ୱତୀର ସଂଗମସ୍ଥଳ ଓ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ହୋଇ ରହିଆସିଛି । ଆଜି ଏହି ତୀର୍ଥସ୍ଥଳ ମାତୃଶକ୍ତିର ବିସ୍ମୟକର ସଂଗମ ଦେଖୁଛି । ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣ ଦିଗରେ ଯାହାସବୁ ହୋଇଛି, ସମଗ୍ର ଦେଶ ତାହାର ସାକ୍ଷୀ ରହିଛି । ମୁଖମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଯାହା ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଉ ଯେଉଁ କୋଟି କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, ଏହା ଗ୍ରାମୀଣ ଗରିବ ଏବଂ ଝିଅମାନଙ୍କ ପାଇଁ ଏକ ଆସ୍ଥାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଉତ୍ତରପ୍ରଦେଶରେ ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିଛି ତାହା ଅତୁଳନୀୟ । ଉତ୍ତରପ୍ରଦେଶର ମହିଳା ପୂର୍ବ ପରିସ୍ଥିତିର ପୁନରାବୃଦ୍ଧି ର ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟି ବଚାଓ, ବେଟୀ ପଢାଓ ଅଭିଯାନ ଅଧୀନରେ ସରକାର ଲିଙ୍ଗ ବାଛି ଗର୍ଭପାତ ନ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି । ଏହାଫଳରେ ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସରକାର ଗର୍ଭବତୀ ମହିଳାଙ୍କ ଟୀକାକରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଆନୁଷ୍ଠାନିକ ପ୍ରସବ ଓ ଗର୍ଭବସ୍ଥାରେ ପୌଷ୍ଟିକତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଉପଯୁକ୍ତ ଆହାର ଯତ୍ନ ନିମନ୍ତେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପାଂଚହଜାର ଟଙ୍କା ଜମା କରାଯାଉଛି । ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ନିଆଯାଉଥିବା କେତେକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ସୁବିଧା, ଘରକୁ ପାଇପ ଯୋଗେ ଜଳ ଯାହାକି ଭଉଣୀମାନଙ୍କ ଜୀବନରେ ଏକ ନୂତନ ସୁବିଧା ଆଣି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଘର ସମ୍ପତ୍ତିବାଡି କେବଳ ପୁରୁଷମାନଙ୍କ ଅଧିକାର ବୋଲି ସାବ୍ୟସ୍ତ ହୋଇ ଆସୁଥିଲା । ଏହି ଅସାମନତା ଦୂର କରିବା ସରକାର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସର୍ବଶ୍ରେଷ୍ଠ ଉଦାହରଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ହେଉଥିବା ଅଧିକାଂଶ ଘର ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯାଉଛି । କର୍ମନିଯୁକ୍ତି ଓ ପରିବାରର ଆୟ ବୃଦ୍ଧି ଦିଗରେ ଲାଗୁ ଯୋଜନାରେ ମହିଳାମାନଙ୍କୁ ସମଭାଗୀ କରାଯାଇଛି । ଆଜି ମୁଦ୍ରା ଯୋଜନା ଗ୍ରାମାଞ୍ଚଳରୁ ମଧ୍ୟ ମହିଳାମାନଙ୍କୁ ଉଦ୍ୟୋଗପତି ହେବାକୁ ପ୍ରୋତ୍ସାହିତ କରୁଛି । ଦିନଦୟାଲ ଅନ୍ତଦ୍ୟୋୟ ଯୋଜନା ଅଧୀନରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମାଞ୍ଚଳ ସଂଗଠନ ସହ ଯୋଡାଯାଇଛି । “ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଡବଲ ଇଞ୍ଜିନ ସରକାର କୌଣସି ବାଛବିଚାର ନ ରଖି ଝିଅମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ଅବିରତ ସଂଗ୍ରାମ କରି ଚାଲିଛି । ସେ ମଧ୍ୟ ଝିଅମାନଙ୍କ ଆଇନଗତ ବିବାହ ବୟସ ନେଇ ନିଆହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ କହିଥିଲେ । “ଆଗରୁ ପୁଅମାନଙ୍କ ବିବାହ ବୟସ ଆଇନତଃ ୨୧ ଥିଲା, ମାତ୍ର ଝିଅମାନଙ୍କ କ୍ଷେତ୍ରରେ ଏହା ୧୮ ଥିଲା । ଝିଅମାନେ ମଧ୍ୟ ସେମାନଙ୍କ ପାଠପଢିବା ଓ ସମାନ ସୁଯୋଗ ପାଇଁ ଚାହୁଁଥିଲେ । ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି । ଦେଶ ଝିଅମାନଙ୍କ ପାଇଁ ଏ ନିଷ୍ପତ୍ତି ନେଉଛି ବୋଲି ଶ୍ରୀ ମୋଦୀ କହିଥିଲେ । ନିକଟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ମାଫିଆରାଜ ଓ ଆଇନ ଶାସନ ହୀନତାର ମୂଳୋତ୍ପାଟନର ସବୁଠାରୁ ଅଧିକ ସୁବିଧା ୟୁପିର ଝିଅମାନେ ପାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଉତ୍ତପ୍ରଦେଶରେ ସୁରକ୍ଷା ଓ ଅଧିକାର ଉଭୟ ରହିଛି । ଆଜି ୟୁପିରେ ସମ୍ଭାବନା ଓ ବ୍ୟବସାୟ ଉଭୟ ରହିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମାଆ ଓ ଉଭଣୀଙ୍କ ଆଶୀର୍ବାଦରେ କେହି ବି ଏହି ନୂତନ ୟୁପିକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ