ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ କଳିଗାଁ ସ୍ଥିତ କପିଳେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରତ୍ନାକର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଏବିଇଓ ମଞ୍ଜୁଲତା ରାଉତ, ଅଲଓଷ୍ଟାର ବ୍ଲକ ସଭାପତି ହରମୋହନ ପଣ୍ଡା, ଅଲଓଷ୍ଟାର ବ୍ଲକ ସମ୍ପାଦକ ମିହିର କୁମାର ପଣ୍ଡା, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ଅଲଓଷ୍ଟାର ସମ୍ପାଦକ ଅଭୟ ଜେନା, ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର, ଡଅଁର ଟିଏମ ଏକାଡେମୀର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ସୁଦର୍ଶନ ପଣ୍ଡା, ମୋ ସ୍କୁଲ ଅଭିଯାନର ସଭାପତି ବିଦ୍ୟାଧର ଜେନା, ସିଆରସିସି ଗୌରାଙ୍ଗ ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ ତାଙ୍କ ଶାଳଣିଆଁରୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟର ସଭାସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ପରେଶ ପରିଡା, ମହିମା ପଲେଇ, ଦେବାଶିଷ ଜେନା, ଦିବ୍ୟ ରଞ୍ଜନ ରାଉତ, ଟୁକୁନା ବେହେରା, ସନ୍ଧ୍ୟାରାଣୀ ମହାରଣା, ବାସନ୍ତୀ ସାହୁ, ପ୍ରୀୟଙ୍କା ସେନାପତି, ସୀତାଞ୍ଜଳୀ ଦାସ, ଅର୍ଜମା ଅର୍ଚ୍ଚିତା ପତି, ରବି ନାରାୟଣ ସେଠୀ, ନିରାକାର ସେଠୀ, ପ୍ରମୋଦ ବେହେରା, କର୍ମଚାରୀ ଗୋଲକ ସାହୁ, ଗିରୀଧାରୀ ଦାସ, ଅଚ୍ୟୁତାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ