ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗୋ ଚିକିତ୍ସା ଶିବିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଏନଏସି ଅଧିନସ୍ଥ ନାଗାମଠ ଗ୍ରାମ ଠାରେ ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ବିକାଶ ବିଭାଗ ସହଯୋଗରେ କୋଣାର୍କ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ଦିନିକିଆ ଗୋ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ପ୍ରାଣୀ ଚିକିତ୍ସା ଅଧିକାରୀ ଦ୍ରୁମନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନଂ,୧୨ନଂ ଓ ୧୩ ନଂ ଓ୍ବାର୍ଡ ନାଗାମଠ, ବେରୁହ ଓ ନଳକଣ ଆଦି ତିନିଗୋଟି ଓ୍ବାର୍ଡର ୩୦୦ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କ ଗାଇଗୋରୁ ମାନଙ୍କୁ ସାହାଣା ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗାଈଗୋରୁ ମାନଙ୍କୁ ଅନ୍ୟାନ୍ୟ ଚିକିତ୍ସା ସେବା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଗୋ ଚିକିତ୍ସା ଶିବିରରେ କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ଅତିଥି ଭାବେ ଯୋଗ ଦେଇ ଗୋ ଚିକିତ୍ସା ଶିବିରରେ ହିତାଧିକାରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି ଗୋ ଚିକିତ୍ସା ଶିବିରକୁ ସୁତନ ପଶୁଧନ ନୀରିକ୍ଷକ ମନୋଜ ମିଶ୍ର, ସହାୟକ ନରେନ୍ଦ୍ର ବେହେରା, ଓମଫେଡର ଚିକିତ୍ସକ ସୁରେନ୍ଦ୍ର ସେଠୀ ସମେତ ପଶୁ ସମ୍ପଦ ବିକାଶ ବିଭାଗର କର୍ମଚାରୀ ମାନେ ଚିକିତ୍ସା ସେବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ