ରାମଚଣ୍ଡୀ ଓ ଚନ୍ଦ୍ରଭାଗାରେ ୩ଦିନ ପାଇଁ ୧୪୪ଧାରା ଜାରି କଲା ପ୍ରଶାସନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ନବବର୍ଷର ଅବ୍ୟବହିତ ପୂର୍ବରୁ ଜନସାଧାରଣ ଓ ପର୍ଯ୍ୟଟନ ମାନଙ୍କ ଆଶାତୀତ ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଓମିକ୍ରନ ସତର୍କତା ଅବଲମ୍ବନ କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମି ଓ ରାମଚଣ୍ଡୀ ପୀଠରେ ବଣଭୋଜି ବାତିଲ କରିବା ସହ ୧୪୪ଧାରା ଜାରି କରାଯାଇଛି । ଖବରରୁ ପ୍ରକାଶ ଯେ ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ତାରିଖ ତିନିଦିନ ଧରି ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ବେଳାଭୂମି ଓ ରାମଚଣ୍ଡୀ ପୀଠରେ ପର୍ଯ୍ୟଟକ ଓ ଜନସାଧାରଣଙ୍କ ସମାଗମ ଓ ବଣଭୋଜିକୁ ଓମିକ୍ରନ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି । ଏଥିପାଇଁ ରାମଚଣ୍ଡୀ ଓ ମେରାଇନ ପୋଲିସ ପକ୍ଷରୁ ୨୪ଘଣ୍ଟିଆ ପ୍ରେଟୋଲିଂଗ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ୧୪୪ଧାରା ଅବମାନନା କରି ବଣଭୋଜି ଅଥବା ସମାଗମ କଲେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ