ଅପହଞ୍ଚ ଇଲାକାରେ ଭାରତୀୟ ଦୁର ସଞ୍ଚାର ପକ୍ଷରୁ ମୋବାଇଲ ଟାୱାର ନିର୍ମାଣ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏବେବି ମୋବାଇଲ ଟାୱାର ନାହି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀମାନ ,ସାଧାରଣ ଜନତା ଆବଶ୍ୟକ ସ୍ଥଳେ ଲୋକଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି କି କମ୍ପ୍ୟୁଟର ଇଣ୍ଟରନେଟ ବ୍ୟବହାର କରି ପାରୁ ନାହାନ୍ତି । ଏନେଇ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ତଥା ସ୍ଥାନୀୟ ଲୋକପ୍ରତିନିଧି ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ମାନ୍ୟବର କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭବାନିପାଟଣା ଦୁର ସଞ୍ଚାର ଭବନ ପରିସରରେ ଭିଡିଓ କନଫରେନ୍ସ ମାଧ୍ୟମ ରେ କଳାହାଣ୍ଡି ଜିଲ୍ଲାକୁ ୫୧୬ ଟି ମୋବାଇଲ ଟାୱାର ନିର୍ମାଣ କରିବାକୁ ପଦକ୍ଷେପ ନେଇଥିବା ବେଳେ ଆଜି ଘୋଷଣା କରିଛନ୍ତି । ଏଥିରେ ଜିଲ୍ଲାର ଲୋକପ୍ରତିନିଧି ତଥା ଟେଲିକମ ବିଭାଗ ର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ