ଅସ୍ତରଙ୍ଗ ବନାଞ୍ଚଳରେ ପକ୍ଷୀଗଣନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବନାଞ୍ଚଳରେ ଆରମ୍ଭ ହୋଇଛି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କାର୍ଯ୍ୟ। ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଅସ୍ତରଙ୍ଗ ବନାଞ୍ଚଳରେ ଦେଶୀ ଓ ବିଦେଶୀ ପକ୍ଷୀ ଙ୍କ ଗଣନା ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ପାଞ୍ଚଟି ବିଭିନ୍ନ ସ୍ଥାନରେରେ ବନ ବିଭାଗ ଅଧିକାରୀଙ୍କ ଦ୍ଵାରା ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଞ୍ଚଟି ଟିମ ରେ ୨୦ ଜଣ ନିୟୋଜିତ ହୋଇଥିଲେ। ବାଇନାକୁଲର ସାହାଯ୍ୟରେ ଗାଇଡି ବୁକୁ ଓ ବାର୍ଡ଼ ଏକ୍ସପଟଙ୍କ ସହାୟତାରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତଙ୍କୁ ବାରଣ କରାଯାଇଛି। ଏପରିକି ପକ୍ଷୀ ଥିବା ଅଞ୍ଚଳରେ ମସ୍ଚ୍ୟଜୀବି ଙ୍କ ମାଛ ଧରା ଉପରେ ମଧ୍ୟ କଟକଣା କରାଯାଇଛି। ଏହି ଗଣନା କାର୍ଯ୍ୟରେ ତିନୋଟି ଯନ୍ତ୍ର ଚାଳିତ ଡ଼ଙ୍ଗା ସହ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ବରିଷ୍ଠ ପକ୍ଷୀ ବିଶାରଦ ପକ୍ଷୀ ସୁରକ୍ଷା ବାହିନି ସାମିଲ ହୋଇଥିଲେ।ରେଞ୍ଜର ହିମାନ ନାୟକ ,ଅତିରିକ୍ତ ରେଞ୍ଜର ଜେ. ମିଶ୍ର, ଫରେଷ୍ଟରବିରଜା ପ୍ରସାଦ ମହାପାତ୍ର, ପ୍ରଶାନ୍ତ କୁମାର ସୁନ୍ଦରା, ଗାର୍ଡ ଦିଲ୍ଲୀପ୍ ନାୟକ, କାଳୀଚରଣ ମହାନ୍ତି ,ଭାବଗ୍ରାହୀ ସେଠୀ ପ୍ରମୁଖ ସାମିଲ ହୋଇଥିଲେ।ଅସ୍ତରଙ୍ଗ ବନ ଅଧିକାରୀ ସବିର କୁମାର ସାହୁ ଗଣନା ଟିମ ଗୁଡିକୁ ତଦାରଖ କରୁଥିଲେ। ଅସ୍ତରଙ୍ଗ ଅଞ୍ଚଳର ଗଙ୍ଗାଦେବୀ ଠାରୁ କଣମଣ, ନଟରା ଠାରୁ କେଉଟଜଙ୍ଗା, କେଳୁଣୀ ମୁହାଣ, ଦେବୀ ନାସି, ଓ ପାଟସୁନ୍ଦରପୁର ଅଞ୍ଚଳରେ ପକ୍ଷୀ ଗଣନା ଜାରି ରହିଛି। ୯ ହଜାରରୁ ଉର୍ଦ୍ଧ୍ବ ୩୨ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ପ୍ରଥମ ପର୍ଯ୍ୟାୟରେ ଗଣନା କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ