ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକାରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କୋଭିଡ ୧୯ ଭୂତାଣୁର ସ୍ବଭାବରେ ପରିବର୍ତ୍ତନ ହେଉଛି। ସାର୍ସ-କୋଭ୍-୨ର ନୂଆ ଚିନ୍ତାଜନକ ଭାରିଆଣ୍ଟ (ଭିଓସି) ଭାବେ ଓମିକ୍ରନର ଉଦ୍ଭବ ଏବଂ ବିଶ୍ବ ବ୍ୟାପୀ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୬ ଜାନୁଆରୀ ୨୦୨୨ ଠାରୁ ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି। ଏହିସବୁ ମାର୍ଗଦର୍ଶିକା ୧୧ ଜାନୁଆରୀ ୨୦୨୨ (ରାତି ୧୨ଟା ୦୧ ମିନିଟ୍) ଠାରୁ ଲାଗୁ ହେବ। ଶେଷଥର ପାଇଁ ୩୦ ନଭେମ୍ବର ୨୦୨୧ରେ ଏଥିରେ ସଂଶୋଧନ କରାଯାଇଥିଲା। ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକା (୩୦ ନଭେମ୍ବର ୨୦୨୧) ତୁଳନାରେ ୬ ଜାନୁଆରୀ ୨୦୨୨ରେ ଜାରି ହୋଇଥିବା ସଂଶୋଧିତ ମାର୍ଗଦର୍ଶିକାରେ ନିମ୍ନ ପରିବର୍ତ୍ତନ କରାଯାଇଛି, ସମସ୍ତ ଯାତ୍ରୀ (ଆଗମନ ସମୟରେ ରେଣ୍ଡମ୍ ପରୀକ୍ଷଣ ପାଇଁ ଚୟନ କରାଯାଇଥିବା ୨% ଯାତ୍ରୀ ଏବଂ ନେଗେଟିଭ୍ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ସମେତ)ଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ପଡ଼ିବ। ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ସେମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବାକୁ ପଡ଼ିବ। ଅଷ୍ଟମ ଦିନରେ କରାଯାଇଥିବା କୋଭିଡ-୧୯ର ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଯାତ୍ରୀମାନଙ୍କୁ ମଧ୍ୟ ଅପଲୋଡ୍ କରିବାକୁ ପଡ଼ିବ। ଏହି ପୋର୍ଟାଲ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ଦ୍ବାରା ଅନୁଧ୍ୟାନ କରାଯିବ। ଆଗମନ ସମୟରେ ଯେଉଁ ଯାତ୍ରୀମାନେ ପରୀକ୍ଷା କରାଇବା ଆବଶ୍ୟକ, ସେମାନଙ୍କୁ ଟେଷ୍ଟିଂ ପାଇଁ ଆଗୁଆ ଏୟାର ସୁବିଧା ପୋର୍ଟାଲରେ ଅନଲାଇନ ବୁକିଂ କରିବାକୁ ପଡ଼ିବ। ଫଳରେ ସେମାନେ ଠିକ ସମୟରେ ପରୀକ୍ଷା କରାଇପାରିବେ ଏବଂ ଅସୁବିଧା ଦୂର କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ