କୃଷକ ସଭା ଦ୍ୱାରା ୪ଘଣ୍ଟିଆ ବନ୍ଦ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଓଡିଶା କୃଷକ ସଭା ଆହ୍ୱାନକ୍ରମେ ଗଜପତି ଜିଲ୍ଲା କୃଷକ ସଭା କମିଟି ତରଫରୁ ଆଜି ଗଜପତି ଜିଲ୍ଲାର କେତେକ ସ୍ଥାନରେ ୪ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଗଜପତି ଜିଲ୍ଲାକୁ କ୍ଷତିଗ୍ରସ୍ତ ଜିଲ୍ଲା ଭାବେ ଘୋଷଣା କରିବା ସହ ଚାଷୀମାନଙ୍କୁ ଫସଲ କ୍ଷୟ କ୍ଷତିର କ୍ଷତିପୁରଣ ଦେବା ନିମନ୍ତେ ଆଜି ୪ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଗଜପତି ଜିଲ୍ଲାର ଶିଆଳି, ରାଜ ସୀତାପୁର, ରାୟଗଡ, ଛେଳିଗଡ, ଚାନ୍ଦିପୁଟ ଠାରେ ଏହି ବନ୍ଦ ପାଳନ କରାଯାଇଥିଲା । ଗଜପତି ଜିଲ୍ଲାର ମୁଖ୍ୟ ଦଣ୍ଡପାଣୀ ରଇତ,ଏମ.ବାଙ୍ଗାରୀ,କେ.ମିନା ରାଓ ପ୍ରମୁଖଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା କୃଷକ ସଭାର ବହୁ ନେତା ଓ କର୍ମୀମାନଙ୍କ ମିଳିତ ସହେଯାଗରେ ଏହି ବନ୍ଦ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ