ବିଦ୍ୱାନ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ନିର୍ମାଣ କରିବା ପାଇଁ ଚେଷ୍ଟା କରିଥାଏ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଜଣେ ବିଦ୍ୱାନ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ନିର୍ମାଣ କରିବାକୁ ଚେଷ୍ଟା କରିଥାଏ ବୋଲି ସୋମବାର ଡ଼ୁନ୍ ସ୍କୁଲ ପକ୍ଷରୁ ଆୟୋଜିତ ୮୨ତମ ଇଣ୍ଡିଆନ ପବ୍ଲିକ୍ ସ୍କୁଲ କନଫରେନ୍ସ(ଆଇପିଏସସି) ପ୍ରିନ୍ସିପାଲ୍ସ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି(୨୦୨୦) ସାମାଜିକ ଏବଂ ଆର୍ôଥକ ଅନଗ୍ରସର ବର୍ଗର ପିଲାମାନଙ୍କୁ ବିଶେଷ ଧ୍ୟାନ ଦେବା ସହ ସର୍ବବ୍ୟାପୀ ଏବଂ ସମାବେଶୀ ଶିକ୍ଷା ଉପରେ କେନ୍ଦ୍ରୀଭୂତ । ଏକ ଶ୍ରେଣୀଗୃହରେ ସମାନ ପ୍ରକାର ଶିକ୍ଷା ସମସ୍ତଙ୍କୁ ଅସଂଖ୍ୟ ଅନୁଭବ ଏବଂ ଦୃଷ୍ଟିକୋଣରୁ ଲାଭାନ୍ୱିତ କରେ ଏବଂ ଦେଶ ସାମ୍ନାରେ ଆସୁଥିବା ବିଭିନ୍ନ ଆହ୍ୱାନକୁ ବୁଝାଇ ପାରିବାରେ ସକ୍ଷମ ହୋଇଥାଏ । କନକ୍ଲେଭରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍କୁଲକୁ ଆହ୍ୱାନ କରିଛନ୍ତି ଯେ ଆମର ଶ୍ରେଣୀଗୃହ ସମାନ ହେବା ଜରୁରୀ । ଦେଶର ସବୁ ପିଲାଙ୍କୁ ସର୍ବୋତମ ଶିକ୍ଷା ମିଳୁ, ଏହା ସୁନିଶ୍ଚିତ କରିବା ପାଇଁ ଆଉ କ’ଣ କରାଯାଇପାରିବ, ଏହା ଉପରେ ବିଚାରବିମର୍ଷ କରିବା ଦରକାର । ଏକ ବିଦ୍ୱାନ ବ୍ୟକ୍ତି ହିଁ ଭଲ, ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ନିର୍ମାଣ କରିଥାଏ । ଏହି ଜ୍ଞାନକୁ ଶିଖିବା, ଏହାକୁ ପ୍ରୟୋଗ କରିବା ଏବଂ ଆଗକୁ ବଢ଼ାଇବାର ଜିଜ୍ଞାସା ମାନବ ସମାଜକୁ ଅଗ୍ନି ଅନୁସରଣରୁ ଚାଷ ପର୍ଯ୍ୟନ୍ତ, ଆକାଶରେ ଉଡ଼ିବା ଠାରୁ ଆରମ୍ଭ କରି ଗ୍ରହକୁ ଯିବାର ବାଟ ବତାଇଲା । ଏହା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମର ସମସ୍ତଙ୍କ କର୍ତବ୍ୟ ହେଉଛି ଆମେ ଆମ ମାନଙ୍କର ପିଲା ମାନଙ୍କୁ ଶିକ୍ଷାର ମୌଳିକ ଅଧିକାର ଦେବା ପାଇଁ ସବୁଠୁ ଭଲ କାମ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତାର ଉପଯୋଗ କରିବା ଠାରୁ ମାଗଦର୍ଶନ କରିବା ଏବଂ ଏହିପରି ଭାବରେ ଦେଶ ଓ ଦୁନିଆକୁ ସର୍ବୋତମ ଏବଂ ଅଧିକ ସମାବେଶୀ କରିବା ଦରକାର । ୧୯୩୯ ମସିହାରେ କିଛି ଆବାସୀ ବିଦ୍ୟାଳୟକୁ ନେଇ ଆରମ୍ଭ ହୋଇଥିବା ଆଇପିଏସସିରେ ସୈନିକ ଏବଂ ସୈନ୍ୟ ସ୍କୁଲ ସମେତ ଏହି ସଂଖ୍ୟା ୮୧କୁ ବୃଦ୍ଧି ପାଇବା ନେଇ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ସମାଜ ଏବଂ ରାଷ୍ଟ୍ର ପାଇଁ ଜିଜ୍ଞାସୁ, ବିଦ୍ୱାନ ତଥା ବିଶେଷଜ୍ଞ ବ୍ୟକ୍ତି ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ୧୯୩୯ରେ ପ୍ରତିଷ୍ଠିତ ଆଇପିଏସସି ପବ୍ଲିକ ସ୍କୁଲକୁ ଏକ ଭିନ୍ନ ପରମ୍ପରାରେ ମାଗଦର୍ଶନ ଦେଇଛି । ଯାହା ଭଲ ଭାବେ ଶିକ୍ଷା ପ୍ରଦାନ କରି ଛାତ୍ରଙ୍କ ଚରିତ୍ର ଏବଂ ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ପ୍ରମୁଖ ଯୋଗଦାନ ରଖିଛି ।