ବିଭିନ୍ନ ପୀଠରେ ମକର ମେଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମସ୍ତ ପାର୍ବଣ ଓ ପୂଜା ଉତ୍ସବକୁ ପ୍ରାୟତଃ ମଳିନ କରିଦେଇଛି। ରଥଯାତ୍ରା ଠାରୁ ଆରମ୍ଭ କରି ଦୁର୍ଗାପୂଜା ଓ କାଳୀପୂଜା ଠାରୁ ଆରମ୍ଭ କରି ଜାଗର ଯାତ୍ରା ସବୁଥିରେ ଉତ୍ସାହ ଉଦ୍ଦୀପନା କମିଯାଇଛି । ସରକାରଙ୍କ ନିର୍ଦ୍ଦେଶିତ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ପୂଜା ଉତ୍ସବ ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ମକର ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହେଉଥିବା ଦେଖାଯାଉଛି । ପ୍ରଥମେ କରୋ ନା ଗାଇଡ଼ ଲାଇନ ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପୀଠରେ ଦୋକାନ ବଜାର ବସିବା ଉପରେ କଟକଣା ଜାରି ହୋଇଛି । ଫଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଉ ଆଗଭଳି ଦେଖାଯାଉନାହିଁ । ଏହାସତ୍ତ୍ୱେ ଦେବଦେବୀ ପୀଠକୁ ପୂଜାର୍ଚ୍ଚନା ପାଇ ଭକ୍ତ ମାନେ ଆସୁଛନ୍ତି । ଗତ ଦୁଇ ଦିନ ଧରି ବ୍ଲକ ଅଂଚଳରେ ଅଦିନିଆ ବର୍ଷା ଲାଗି ରହିବା ଯୋଗୁ ଶ୍ରଦ୍ଧାଳୁଙ୍କ ଭିଡ ପ୍ରାୟତଃ କମିଯାଇଥିବା ଦେଖାଯାଇଛି । ବ୍ଲକର ବଣସାହି ସ୍ଥିତ ମା ଚେକା ସାନ୍ତାଣୀ ପୀଠ, ବାରିକପୁର ସ୍ଥିତ କାଳୀତ୍ରି ପୀଠ, ସୁଦାବାଜ ସ୍ଥିତ ଅଁଳାଶୁଣି ପୀଠରେ ମକର ଉତ୍ସବ ପାଳିତ ହୋଇଥିଲେ ସୁଦ୍ଧା ବର୍ଷା ପାଇଁ ସେତେଟା ଉତ୍ସାହ ଜନକ ନଥିଲା । ଏହାଛଡା ବିଭିନ୍ନ ଗାଁର ଦେବାଦେବୀ ପୀଠରେ ଆଜି ମକର ପାଇଁ ପୂଜା ଓ ଯଜ୍ଞ ହୋମ ଅନୁଷ୍ଠିତ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ