ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସୋରକୁ ହରାଇ ୟୁନିକ ଭଦ୍ରକ ସେମିରେ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ୟୁନିକ ଇଲେଭେନ ଭଦ୍ରକ ସହିତ ସୋର କ୍ରିକେଟ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋରକୁ ହରାଇ ୟୁନିକ ଭଦ୍ରକ ସେମିରେ ପ୍ରବେଶ କରିଛି। ସୋର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ସମସ୍ତ ଉଇକେଟ ହରାଇ ୫୯ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ମିଲନ ଓଝା ବ୍ୟକ୍ତିଗତ ୧୨ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷର ବୋଲର ରିଶବ ରାଜ ୪ଓଭର ବୋଲିଂ କରି ୧୩ରନ ଦେଇ ୬ଉଇକେଟ ପାଇଥିଲେ । ଜବାବରେ ୟୁନିକ ଭଦ୍ରକ ୫.୪ଓଭରରେ ୨ଉଇକେଟ ହରାଇ ୬୫ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ସାଏଦ ସୈଫୁଲା ୨୨ରନ ସଂଗ୍ରହ କରିଥିଲେ । ଅମ୍ପେୟାର ଭାବେ କାଳନ୍ଦୀ ପଣ୍ଡା ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ। ସ୍କୋରର ଭାବେ କିଷାନ ମନୋହର, ପ୍ରଭୁକଲ୍ୟାଣ ସାମଲ, ମାନସ ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ପ୍ରତ୍ୟୁଷ ସାହୁ ଓ ଦିଲ୍ଲୀପ ପୃଷ୍ଟି ଧାରାବିବରଣୀ ପ୍ରଦାନ, କୈଳାସ ଦ୍ୱିବେଦୀ ମ୍ୟାଚ ରେଫରୀ କାର୍ଯ୍ୟ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ