ବ୍ୟାସକବିଙ୍କ ଜୟନ୍ତୀ ପାଳନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ସ୍ଥିତ ଡ଼ଃ ଶରତ ଚନ୍ଦ୍ର କଲଚରାଲ ଏକାଡେମୀ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ବ୍ୟାସକବି ଫକୀରମୋହନଙ୍କ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରି ଫକୀର ମୋହନ ଓଡ଼ିଆ ଭାଷାର ଟେକ ରଖିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର ଘୋଷ, ‘ଅଞ୍ଜଳି’ରସମ୍ପାଦକ ପ୍ରକାଶ ମହାପାତ୍ର, ସପନଦେଶ ର ସମ୍ପାଦକ ବିଶ୍ୱନାଥ ବାରିକ ଓ ‘ମା’ମାଟି’ର ସମ୍ପାଦକ ବିନୋଦ କୁମାର ବାରିକ ଯୋଗଦେଇ ଫକୀରମୋହନଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ସୁବୀର କୁମାର ଘୋଷ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ