ବାବା ବଟେଶ୍ୱରଙ୍କ ମକର ମେଳା ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ନିକଟସ୍ଥ ବାଲିଦୋକାନ ରେ ଅବସ୍ଥିତ ବାବା ବଟେଶ୍ୱର ଙ୍କ ପବିତ୍ର ମକର ବୁଡ଼ ତଥା ମକର ମେଳା ମହା ସମାରୋହରେ କୋଭିଡ ନିୟମ ଅନୁସାରେ ପାଳିତ ହୋଇଯାଇଛି । ପବିତ୍ର ସଂକ୍ରାନ୍ତି ଦିନ ପ୍ରାତଃ ରୁ ବାବାଙ୍କ ବିଭିନ୍ନ ନୀତି ପାଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଥିଲା । ନିକଟସ୍ଥ ୬ଟି ଗ୍ରାମ ଗୋଧନ ପଡା, ଛଡାସିହଁ, କାକରପୁଟ, ରଇତିଶାହି, ଗୟଳ ଓ ଖନ୍ଦୋଳ ଗ୍ରାମର ଆରାଧ୍ୟା ଦେବ ସୁସଜ୍ଜିତ ବିମାନରେ ମହାଦେବଙ୍କ ପ୍ରାଙ୍ଗଣରେ ପହଞ୍ଚି ଯଥା ବିଧି ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା । ଅପରାହ୍ନରେ ମହାଦେବଙ୍କ ମକର ମିଳନ ନୀତି ଆୟୋଜିତ ହୋଇଥିଲା । ମନ୍ଦିର ଚୁଡାରେ ପୂଜା ପଣ୍ଡାମାନେ ନୂତନ ପତାକା ବାନ୍ଧିବା ସହିତ ଠାକୁରଙ୍କ ମକର ମିଳନ କରାଯାଇଥିଲା । ମକର ଭୋଗ ହେବା ପରେ ଠାକୁର ମାନେ ମନ୍ଦିର ପରିକ୍ରମା କରି ନିଜ ଆସ୍ଥାନ କୁ ବିମାନ ଯୋଗେ ଫେରିଥିଲେ । ଶ୍ରଦ୍ଧାଳୁ ମାନଙ୍କୁ ମକର ଚାଉଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ମକର ମେଳା ମଧ୍ୟ ପଡ଼ିଥିଲା । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମନେ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ଏହି ମକର ଉତ୍ସବକୁ ଛଡା ସିଂହ ର ବ୍ରାହ୍ମଣ ମାନେ କୋଭିଡ ନିୟମ ମାନି ପରିଚାଳନା କରିଥିବା ବେଳେ ବଟେସ୍ୱର ଉନ୍ନୟନ କମିଟି ପକ୍ଷରୁ ସହଯୋଗ କରାଯାଇ ଥିଲା।କୋଣାର୍କ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ