ଚଳିତ ମାସ ୨୨ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣରେ ସଭା ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଶନିବାର ଦେଶର ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ ବୃଦ୍ଧି କରିଥିବା ଜଣାପଡିଛି । ଆସନ୍ତା ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଚଳିତ ମାସ ୨୨ତାରିଖ ପର୍ଯ୍ୟନ୍ତ କଟକଣାକୁ ବୃଦ୍ଧି କରାଯଇଛି । ଏଥିରେ କଡ଼ାକଡ଼ିଭାବେ ଶୋଭାଯାତ୍ରା ଓ ରୋଡ୍ ଶୋ’ ଉପରେ କଟକଣା ଜାରି କରାଯଇଛି । କଟକଣାରେ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକର ଶୋଭାଯାତ୍ରା ଓ ସମାବେଶ ଉପରେ ପ୍ରତିବନ୍ଧକ କଡାକଡି ଭାବେ ଲଗାଯାଇଛି। ଜାନୁଆରୀ ପ୍ରଥମ ସପ୍ତାହରେ ପାଞ୍ଚଟି ରାଜ୍ୟ ପାଇଁ ମତଦାନ ପାଇଁ କାର୍ଯ୍ୟସୂଚୀ ଭାରତ ସକାରଙ୍କ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଘୋଷଣା ଅନୁଯାଇ ଜାନୁଆରୀ ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହେବାକୁଥିବା ନିର୍ବାଚନପାଇଁ ସର୍ବସାଧାରଣ ସମାବେଶ, ରୋଡ୍ ଶୋ ଏବଂ ବୈଠକକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ପରବର୍ତୀ ସମୟରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବମାନେ ବର୍ତମାନର ସ୍ଥିତି ଖରାପ ଥିବା ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମଣ କମିନାହିଁ କି ଓମିକ୍ରନ୍ ପ୍ରକରଣ ଡେଲଟା ଭଳି ଭୟଙ୍କର ନାହିଁ । ହେଲେ ମଧ୍ୟ କଟକଣା କୋହଳ କଲେ ବିପଦ ବଢ଼ିପାପରେ ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ସର୍ବସାଧାରଣରେ ଶୋଭାଯାତ୍ରା ତଥା ଶାରୀରିକ ଭାବେ ପ୍ରଚାର କରିବା ଉପରେ କଟକଣା ଲାଗୁ ପାଇଁ ପ୍ରସ୍ତବ ଦେଇଥିଲେ। ପ୍ରସ୍ତାବ ଅନୁଯାୟୀ ଶୋଭାଯାତ୍ରା ଓ ପ୍ରଚାର ଉପରେ କଟକଣା ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଛି। ଶନିବାର ସରିବାକୁ ଥିବା କଟକଣା ଚାଳିତମାସ ୨୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଘର ଭିତରେ ବୈଠକ ପାଇଁ ରାଜନୈତିକ ଦଳମାନଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ସର୍ବାଧିକ ୩ଶହ ବ୍ୟକ୍ତି କିମ୍ବା ଗୃହର କ୍ଷମତାର ଶତକଡା ୫୦ଭାଗକୁ ନେଇ ରାଜନୈତିକ ସଭା ଆୟୋଜନ କରାଯାଇପାରିବ। ରାଜ୍ୟର ରାଜନୈତିକ ଦଳ ଗୁଡ଼ିକ କୋଭିଡ୍ ନିୟମ ବଢଇତାମୁଳକ ଭାବେ ମାନିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ଫେବୃଆରୀ ୧୦ତାରିଖରୁ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁଥିବାବେଳେ ମଣିପୁରରେ ଥିବା ୬୦ଟି ନିର୍ବାଚନମଣ୍ଡଳୀରେ ଫେବୃଆରୀ ୨୭ତାରିଖ ଓ ମାର୍ଚ୍ଚ ୩ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ, ସେହିପରି ଫେବୃଆରୀ ୧୪ତାରିଖରେ ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ତାରିଖରେ ନିର୍ବାଚନ ହୋଇଥିବା ପାଞ୍ଚଟି ରାଜ୍ୟରେ ଭୋଟ ଗଣନା କରାଯିବା ପାଇଁ ସ୍ଥିର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ