୫ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ପ୍ରାର୍ଥୀ ଚୂଡାନ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ୫ ଟି ଗ୍ରାମ ପଞ୍ଚାୟତ ପାଇଁ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପ୍ରାର୍ଥୀ ଚୂଡାନ୍ତ ହୋଇଥିବା ବୁଗୁଡା ବ୍ଲକ ବିଜେଡିର ନିର୍ବାଚନ ପରିଚାଳନା କମିଟିର ସଭାପତି କବିରାଜ ଗୌଡ଼ ପ୍ରକାଶ କରିଛନ୍ତି । ୧-ଏ.କରଡ଼ାବାଡ଼ି ପଞ୍ଚାୟତ ର ସରପଞ୍ଚ ପଦବୀ ପାଇଁ ରିଙ୍କି ଦାଶ ଓ ସମିତି ସଭ୍ୟା ପାଇଁ ଶିବାନୀ ନାୟକ, ୨-ଅରଖପୁର ପଞ୍ଚାୟତରେ ସରପଞ୍ଚ ପାଇଁ ବନିତା ଜେନା ଓ ସମିତି ସଭ୍ୟା ପାଇଁ ଜ୍ୟୋତିର୍ମୟୀ ସାହୁ, ୩-ଗୌଡ଼ିଆବୋରଦା ପଞ୍ଚାୟତରେ ସରପଞ୍ଚ ପାଇଁ ସୁଞ୍ଜାନୀ ସାହୁ ଓ ସମିତି ସଭ୍ୟା ପାଇଁ ଲିଲି ବିଷୋୟୀ, ୪-କରଚୁଲି ପଞ୍ଚାୟତରେ ସରପଞ୍ଚ ପାଇଁ ଜ୍ୟୋତ୍ସ୍ନାରାଣୀ ସେଠୀ ଓ ସମିତି ସଭ୍ୟ ପାଇଁ ଧୋବା ପ୍ରଧାନ ଓ ୫-ତାକରଡା ପଞ୍ଚାୟତରେ ସରପଞ୍ଚ ପାଇଁ ମୁକୁନ୍ଦ ନାୟକ ଓ ସମିତି ସଭ୍ୟା ପାଇଁ କଳାବତୀ ନାୟକ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳ ଚୂଡାନ୍ତ କରିଥିବା ଜଣାପଡିଛି । ପର୍ଯ୍ୟାୟ କ୍ରମେ ଅନ୍ୟ ପଞ୍ଚାୟତର ତୁରନ୍ତ ଘୋଷଣା କରାଯିବ ବୋଲି ଶ୍ରୀ ଗୌଡ଼ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ