ବଢିଲାଣି ରାଜନୈତିକ ଉଷ୍ମତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୯୩୩/୧୫.୦୧.୨୦୨୨ ପ୍ରକାରେ ରାଜ୍ୟର ୧୦୭ ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ଶନିବାର ପ୍ରକାଶ ପାଇଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେଠାରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଏକମାତ୍ର ପୈାର ପରିଷଦ ହିଞ୍ଜିଳିକାଟୁର ପୈାରାଞ୍ଚଳର ଅଧକ୍ଷ ପଦ ଅଣସଂରକ୍ଷିତ ରହିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବ ପରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ପ୍ରଥମ ଦିନରୁ ହିଁ ଆଭାସ ମିଳୁଛି । ବିଶେଷକରି ଶାସକ ବିଜୁ ଜନତାଦଳର ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନ ଠାରୁ ଗୋଟିଚାଳନା ଆରମ୍ଭ ହୋଇଛି । ଚଳିତ ଥର ଅଧ୍ୟକ୍ଷ ପଦ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅଧ୍ୟକ୍ଷ ପଦବୀ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହେବାକୁ ଥିବାରୁ ପ୍ରାର୍ଥୀଙ୍କ ନିର୍ମଳ ଭାବମୂର୍ତ୍ତି, ଦଳୀୟ ଆନୁଗତ୍ୟତା, ଅପରାଧିକ ପୃଷ୍ଠଭୂମି ଇତ୍ୟାଦି ଦଳ ଓ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି । ସଂରକ୍ଷଣ ତାଲିକା ଶନିବାର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳର ଶାସକ ବିଜେଡିର ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୋଟିଚାଳନା ଆରମ୍ଭ କରିଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ