ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୨୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସଦର ମହକୁମା, ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଉପଖଣ୍ଡର ୭ଟି ବ୍ଲକ କାର୍ଯ୍ୟାଳୟ,ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପାଇଁ ଫର୍ମ ନେବା ଓ ଦାଖଲ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ପ୍ରବଳ ଥଣ୍ଡା ପାଗସତ୍ବେ ରାଇରଙ୍ଗପୁର କେଚରୀ ସମେତ ବ୍ଳକ ଏବଂ ତ‌ହସିଲ କୋର୍ଟସମ୍ମୁଖରେ ଆଶାୟୀ ପ୍ରାର୍ଥୀ,ତାଙ୍କ ସମର୍ଥକଙ୍କ ଗହଳି ଦିନ ତମାମ ରହିଥିଲା । ଯାହାକି ନିର୍ବାଚନ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଉଛି । ଆଜି ଦିତୀୟ ଦିନରେ ରାଇରଙ୍ଗପୁର ବ୍ଲକର ୨ ଜଣ ସମିତି ସଭ୍ୟ ପଦ ଓ ୧ଜଣ ସରପଞ୍ଚ ପଦରେ, ବିଜାତଳା ବ୍ଲକରେ ୧ ଜଣ ସମିତି ସଭ୍ୟ,୧ଜଣ ସରପଞ୍ଚ ପଦରେ, ତିରିଂ ବ୍ଲକରେ୯ଜଣ ସରପଞ୍ଚ ପଦବୀରେ, ବିଶୋଇ ବ୍ଲକରେରେ ୨ଜଣ ସମିତି ପଦ ଏବଂ୧ ଜଣ ସରପଞ୍ଚ ପଦରେ,କୁସୁମି ବ୍ଲକରେ ୨ଜଣ ସରପଞ୍ଚ ପଦରେ, ବହଳଦା ବ୍ଲକରେ ୧ଜଣ ସମିତି ପଦ ଏବଂ ୨ଜଣ ସରପଞ୍ଚ ପଦରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦରେ କୌଣସି ପ୍ରାର୍ଥି ନାମାଙ୍କନ ଦାଖଲ କରି ନାହାନ୍ତି । ବିଜେଡି, ବିଜେପି, ଝାଡଖଣ୍ଡ ମୁକ୍ତି ମୋର୍ଚା ଏବଂ କଂଗ୍ରେସ ଦଳ କେହି ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି । ଆଶାୟୀ ପ୍ରାର୍ଥୀମାନେ ଆଶା ଆଶାଙ୍କାରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ