ନୂଆଗାଁର ସରପଂଚ ଓ ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ନାଉଗାଁ, (ଓ୍ବାଇଏନ୍ଏସ୍) : ନୂଆଗାଁ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସରପଂଚ ପ୍ରାର୍ଥୀ ଭାବେ ଦୋଳଗୋବିନ୍ଦ ରାଉଳ ନିଜର ନାମାଙ୍କନ ପତ୍ର କୋଭିଡ କଟକଣା ନିୟମକୁ ପାଳନ କରି ନାମାଙ୍କନ ପତ୍ର ବୁଧବାର ଦାଖଲ କରିଛନ୍ତି । ପଂଚାୟତ ନିର୍ବାଚନ ଅଧିକାରୀ ଅମର ମଲ୍ଲିକ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କ ନିକଟରେ ତାଙ୍କ ପୁଅ ସମୀର ରଂଜନ ରାଉଳ ଓ ଯୁବନେତା ସୁବ୍ରତ ରାୟଙ୍କ ସହିତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତ ଥିଲେ । ପଂଚାୟତରେ ରହିଥିବା ମୌଳିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ରାଉଳ ପ୍ରକାଶ କରିଛନ୍ତି । ସେହିପରି ସମିତି ସଭ୍ୟା ପ୍ରାର୍ଥନୀ ଭାବେ ସୁଶ୍ରୀ ଶ୍ରାବଣୀ ରାୟ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ପହଁଚି ନିଜର ନାମାଙ୍କନ ପତ୍ର ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ରଶ୍ମୀରେଖା ମଲ୍ଲିକଙ୍କ ନିକଟରେ ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ