୪୦ରୁ ଉଦ୍ଧ୍ୱର୍ ସଂଗଠନ ଓ ବାଣିବିହାର ଛାତ୍ରଙ୍କୁ ନେଇ ଗଠନ ହେବ ମିଳିତ ଜନଜାଗରଣ ମଞ୍ଚ : ଗାଁସାଥୀ ସଂଘ

ଭୁବନେଶ୍ୱର : ବାଜିଛି ନିର୍ବାଚନ ବିଗୁଲ୍ । ଆସୁଛି ସାଧାରଣ ନିର୍ବାଚନ ୨୦୧୯ । ଏହିଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ରାଜ୍ୟର ସମସ୍ତ ଗାଁ’ରେ ୨୦୦୮ରୁ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ପ୍ରାୟ ୧ ଲକ୍ଷ ଯୁବଶକ୍ତି ଗାଁସାଥୀ (ମେଟ୍) ମାନଙ୍କ ପର୍ଯ୍ୟାପ୍ତ ସରକାରୀ ନିଯୁକ୍ତି ସହିତ ମାସିକ ପ୍ରୋତ୍ସାହନ ରାଶି ୬୦୦୦ ଟଙ୍କାର ଉଦ୍ଧ୍ୱର୍ ପାପ୍ତି ପାଇଁ ଲଢୁଥିବା ଏକମାତ୍ର ଟ୍ରେଡ୍ ୟୁନିୟନ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ତରଫରୁ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ କିଛି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସଂଘ ତରଫରୁ ପ୍ରକାଶ । ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ଗାଁସାଥୀ ସଂଘର ପ୍ରଦେଶ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ସଂଗଠନର ରାଜ୍ୟ ଓ ଜିଲ୍ଲା କମିଟିର ପ୍ରମୁଖ କର୍ମକର୍ତ୍ତାମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆଜିର ବୈଠକରେ ଚଳିତବର୍ଷ ଫେବୃୟାରୀ ୩ ରୁ ମାର୍ଚ୍ଚ ୧୨ ତାରିଖ ଯାଏ ରାଜ୍ୟ ବିଧାନସଭା ଆଗରେ ହୋଇଥିବା ଗାଁସାଥୀଙ୍କ ଯନ୍ତ୍ରଣାସିକ୍ତ ଆନ୍ଦୋଳନର ଫଳାଫଳ ସମ୍ବନ୍ଧରେ ବିଶେଷ ଭାବରେ ତର୍ଜମା କରାଯାଇ କିଛି ଆଗାମୀ ସାଂଗଠନିକ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀଯୁକ୍ତ ବିଶ୍ୱାଳ ଏକ ଲିଖିତ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି । ସର୍ବଶେଷ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ନିଜ ନିଜର ଦାବି ହାସଲ ପାଇଁ ରାଜ୍ୟ ବିଧାନସଭା ଆଗରେ ଲଢୁଥିବା ପ୍ରାୟ ୨୦ଟି ବଡ଼ ସଂଘ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ଟି ସାମାଜିକ ତଥା ସ୍ୱେଚ୍ଛାସେବୀ ସଂଗଠନ ଓ ଉକ୍ରଳ ବିଶ୍ୱବିଦ୍ୟାଳୟର କିଛି ସଚେତନ ଛାତ୍ରଙ୍କୁ ନେଇ ଆମ ଗାଁସାଥୀଙ୍କ ନେତୃତ୍ୱରେ ଏକ ମିଳିତ ଜନଜାଗରଣ ମଞ୍ଚ ଗଠନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି । ସେହି ପ୍ରାୟ ସମସ୍ତ ସଂଘର ପ୍ରମୁଖ କର୍ମକର୍ତ୍ତାମାନଙ୍କ ସହିତ ଗତ ପ୍ରାୟ ୧ ମାସ ଧରି ବିଶେଷ ଯୋଗାଯୋଗ ସରିଛି ଓ ଚଳିତ ଅପ୍ରେଲ ମାସ ପ୍ରଥମ ସପ୍ତାହ ସୁଦ୍ଧା ଉକ୍ତ ମଞ୍ଚର ଏକ ସ୍ପଷ୍ଟ ରୂପରେଖ ତଥା କାର୍ଯ୍ୟଧାରା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ବିଶ୍ୱାଳ ମିଡ଼ିଆ ଜଗତକୁ ଲିଖିତ ଭାବେ ଜଣାଇଛନ୍ତି । ରାଜ୍ୟରେ ହେବାକୁ ଥିବା ଏହି ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉକ୍ତ ମଞ୍ଚ ସିଧାସଳଖ କୌଣସି ପ୍ରାର୍ଥୀତ୍ୱ ଜାହିର ନ କରି ଜନଜାଗରଣ ଦୃଷ୍ଟିକୋଣରୁ କିଛି ବିଶେଷ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସଂଘ ତରଫରୁ ଜଣାଇ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ହେମନ୍ତ ନାହାକ, ସୁଧାଂଶୁ ଶତପଥୀ, କୁଳମଣି ମେଣ୍ଟା, ସୁକାନ୍ତ ସେଠୀ, ଗଗନ ଦାସ, ପବିତ୍ର ସୁନ୍ଦରାୟ, ଚଞ୍ଚଳା ବେହେରା, ପ୍ରଫୁଲ୍ଲ ସ୍ୱାଇଁ, ସବିତା ସାହୁ, ବୁଲି ସ୍ୱାଇଁ, କୈଳାସ ସାହୁ, ରିନା ବେହେରା, ବିଜୟନାଥ, କନକଲତା ଜେନା, କୁମୁଦିନୀ ପତି ଓ ଅନ୍ୟ ୬୦ରୁ ଉଦ୍ଧ୍ୱର୍ ଗାଁସାଥୀ ସଂଗଠକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ