ଓଲଟିଲା କାର୍‌ ଅଳ୍ପକେ ବର୍ତ୍ତିଲେ ପରିବାରର ୪ଜଣ ଯାତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ୫୯ନଂ ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ କାର୍‌ଟି ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ସୂଚନା ପ୍ରକାରେ କୋରାପୁଟ ଜିଲ୍ଲା ଜୟପୁରରୁ ନୟାଗଡ଼ ଅଭିମୁଖେ ନିଜ କାର ନଂ ଓଡି-୧୦ ଜି- ୭୮୮୮ ରେ ଯାଉଥିଲେ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ଚାରିଜଣ ସଦସ୍ୟ । ବାଲିଗୁଡ଼ା ଥାନା ଜକିକିଆ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଂକ୍ରିଟ ବୋର୍ଡରେ ବାଡେଇ ହୋଇ ପାଖାପାଖି ୪୦ ଫୁଟ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯିବାପରେ କାରଟି ଓଲଟି ପଡିଥିଲା । ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିବା ବେଳେ ସୌଭାଗ୍ୟ ବଶତଃ କାରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ