ଧାନ କିଣାରେ ବିଳମ୍ବ : ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ

ଜଗତସିଂହପୁର (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାର କୃଷକମାନଙ୍କ ମୁଖ୍ୟ ଉତ୍ପାଦିତ ଶଷ୍ୟ ଧାନ ଅଟେ । ଚଳିତବର୍ଷ ଚାଷୀମାରଣ ମାରଣ ଜଳବାୟୁ ଧାନ ଚାଷ ଉଜାଡି ଦେଇଛି । ତଥାପି ୮୦%ଚାଷୀ ସେମାନଙ୍କ ଧାନ ଫସଲ ଅମଳ କରି ମଣ୍ଡିକୁ ଅନାଇ ବସିଛନ୍ତି । କିନ୍ତୁ ଜିଲ୍ଲାପାଳ ଓ ଜିଲ୍ଲାର ଯୋଗାଣ ବିଭାଗର କୁମ୍ଭକର୍ଣ୍ଣ ନିଦ ଚାଷିମାରଣ ନୀତି ଜଗତସିଂହପୁର ଜିଲ୍ଲାର ଚାଷୀ ମାନଙ୍କୁ ହତାଶ କରିଛି । ଜଗତସିଂହପୁର ଜିଲ୍ଲାର ସମବାୟ ସମିତିର ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଧାନ କିଣା ହୋଇପାରୁନାହିଁ । ଅନ୍ୟପଟେ ଚାଷୀ ଭାଇ ଅମଳ କରିଥିବା ଧାନ ବସ୍ତା ଗୁଡିକ ଧାନ ଖଳାରେ ଓ ଖୋଲା ଆକାଶ ତଳେ ରଖିଛନ୍ତି । ଅଦିନିଆ ମେଘକୁ ଦେଖି ଚାଷୀକୂଳ ହତାଶ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟିପାତ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ