ବିଭିନ୍ନ ପଂଚାୟତର ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରୁ ପ୍ରାର୍ଥୀମାନଙ୍କ ଦ୍ୱାରା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି । ନାଉଗାଁ ପଂଚାୟତରେ ସରଂପଚ ପ୍ରାର୍ଥୀନୀ ଭାବେ ନର୍ମଦା ମହାରଣା, କବିତା ମଂଜରୀ ନାୟକ, ଡେରିକି ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ଜେନା, ରୋହିଆରେ ସରପଂଚ ପ୍ରାର୍ଥିନୀ ଭାବେ ହେମାମାଳିନୀ ମହାନ୍ତି, କୋରୁଅରେ ସରସ୍ୱତୀ ଦାସ ଆଦି ନିଜର ପ୍ରସ୍ତାବକ ଓ ସମର୍ଥକ ସହିତ ନିଜ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ପଦବୀ ପାଇଁ ଡାବର ପଂଚାୟତରୁ ସୁବଳ ବେହେରା, ଡେରିକିରୁ ରଂଜିତ ପଣ୍ଡା, ଜୀବନଜ୍ୟୋତି ଜେନା, ରୋହିଆରୁ ନିରୁପମା ସ୍ୱାଇଁ ଆଦି ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ