ଯୁବ ବିଜେଡି ସଭାପତିଙ୍କ ନାମାଙ୍କନ ପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ନାୟକ ଆଜି ହାଟଡିହି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ହଟକେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା ସାରି ଗ୍ରାମ ପରିକ୍ରମା କରିବାପରେ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ପଞ୍ଚାୟତର ବିକାଶ ଓ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଲକ୍ଷ ନେଇ ସେ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା କହିଛନ୍ତି । ବିଶେଷକରି ଲୋକମାନଙ୍କ ସ୍ୱାର୍ଥକୁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ତାଙ୍କ ସହିତ ଚିତ୍ତରଞ୍ଜନ ପାତ୍ର, ପର୍ଶୁରାମ ରାଉତ, ପ୍ରଫୁଲ କୁମାର ନାୟକ, ତୈଲୋକ୍ୟ ନାଥ ସାହୁ, ଗୌରାଙ୍ଗ ରଣାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ