ସମାଜସେବୀ ଗୁରୁପ୍ରସାଦଙ୍କ ନାମାଙ୍କନ ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସମାଜସେବୀ ଗୁରୁପ୍ରସାଦ ଜେନା(ପପୁ) ଆଜି ନାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଜଳକଳଙ୍ଗ, ହାଟଡିହି ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବାପରେ କୋଭିଡ ଗାଇଡଲାଇନକୁ ମାନି କେବଳ ସମର୍ଥକ ଓ ପ୍ରସ୍ତାବକଙ୍କ ସହ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ଡ. ସୁରେଶ୍ୱରୀ ସାଗରୀକା ଜେନା, ବୁଦ୍ଧଦେବ ଜେନା, ଜଗନ୍ନାଥ ନାୟକ, କାମପାଳ ନାୟକ,ଗୋପାଳ ନାୟକ, ସଦାଶିବ ଚକ୍ର, ବାବାଜି ଚରଣ ଜେନା, କେଶବ ଚନ୍ଦ୍ର ଜେନା, କଳାକର ନାୟକଙ୍କ ସମେତ ଅନେକ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ