ସମିତିସଭ୍ୟ ପାଇଁ ମହେନ୍ଦ୍ରଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ସମିତିସଭ୍ୟ ପଦ ପାଇଁ ମହେନ୍ଦ୍ର କୁମାର ରାଉତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଜଣେ ଯୁବ କ୍ରିକେଟ ଖେଳାଳୀ ଭାବେ ପଞ୍ଚାୟତରେ ପରିଚିତ । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଗାଁ ବରାହୀ ମନ୍ଦିରରୁ ପୂଜାର୍ଚ୍ଚନା କରି ହାଟଡିହି ବ୍ଲକ କାର୍ଯ୍ୟାଳୟକୁ ଆସି ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ଦତ୍ତାତ୍ରୟ ରାୟ ସର୍ଦ୍ଦାର, ଚିତ୍ତରଞ୍ଜନ ପଟ୍ଟନାୟକ, ଉଦୟ ନାରାୟଣ ମହାନ୍ତି, ଧବଳ ମୁଦୁଲି, ପ୍ରଦୀପ ରାଉତ, ଧବଳେଶ୍ୱର ତରେଇ, ପ୍ରଦୀପ ରାଉତ, ସିପୁ ପଟ୍ଟନାୟକ, ପପି ରାଉତ, ସିଲୁ ନାୟକ, ମନୋଜ ବରାଳ, ବାବୁଲା ମହାନ୍ତି, ଅଭିମନ୍ୟୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ