ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଭିଡ -୧୯ ମାର୍ଗଦର୍ଶିକା ଅନୁଯାଇ ରବିବାର ସକାଳେ ଅନୁଷ୍ଠିତ ହେବ । ଇଛୁକ ବ୍ୟକ୍ତିମାନେ ଏହି ଶିବିରରେ ସ୍ୱେଛାକୃତ ରକ୍ତଦାନ କରିବାକୁ ସମୀର ମୋଟର୍ସ ପକ୍ଷରୁ ନିବେଦନ କରାଯାଇଛି । ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ବାରେ ଆମେ ସକ୍ଷମ ହୋଇପାରିବା ।ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବାକୁ ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଇଛୁକ ବ୍ୟକ୍ତିମାନେ ଏଥିନିମନ୍ତେ ସେଲସ ମ୍ୟାନେଜର ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କୁ ଫୋନ ନମ୍ବର- ୭୬୮୨୦୦୦୫୪୯ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ