ନିର୍ଣ୍ଣାୟକ ଭୂମିକା ନେବେ ସ୍ୱାଧିନ ସରପଞ୍ଚ ପ୍ରାର୍ଥୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ସରିଥିବାବେଳେ ଏବେ ପ୍ରାର୍ଥୀ, ପ୍ରାର୍ଥୀନୀଙ୍କ ଉପରେ ଭୋଟରଙ୍କ ନଜର ରହିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଭାବେ ଅବତୀର୍ଣ୍ଣ ହୋଇଥିବା ସ୍ୱାଧିନ ପ୍ରାର୍ଥୀ ସାବିତ୍ରୀ ଜେନାଙ୍କ ନେଇ ଚର୍ଚ୍ଚା ଜୋର ଧରିଛି । ଏଠାରେ ବିଜେଡି, କଂଗ୍ରେସ, ବିଜେପି ତିନିଦଳ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଦେଇଥିବାବେଳେ କେବଳ ସାବିତ୍ରୀ ସ୍ୱାଧିନ ପ୍ରାର୍ଥୀ ଭାବେ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨ନଂ ୱାର୍ଡର ସାବିତ୍ରୀଙ୍କ ସ୍ୱାମୀ ନାରାୟଣ ଜେନା ପୂର୍ବରୁ କଂଗ୍ରେସ ସମର୍ଥନରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ । ଯଦିଓ ସେ ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ । କିନ୍ତୁ ବିଜେଡି ଗଡ ଭାବେ ପରିଚିତ ମାଳଦା ପଞ୍ଚାୟତରେ ସେ କଂଗ୍ରେସ ଭୋଟକୁ ଏକଜୁଟ କରିବାରେ ସକ୍ଷମ ହୋଇଥିଲେ । ଦୀର୍ଘବର୍ଷ ପରେ ତାଙ୍କ ପତ୍ନୀ ସାବିତ୍ରୀକୁ ସେ ସ୍ୱାଧିନ ଭାବେ ସରପଞ୍ଚ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଛନ୍ତି । ନାରାୟଣ ଜଣେ ଶ୍ରମିକ ହୋଇଥିବାବେଳେ ତାଙ୍କ ପତ୍ନୀ ସାବିତ୍ରୀ ଜଣେ ସୁଗୃହିଣୀ ଭାବେ ଗାଁରେ ସୁପରିଚିତ ଅଟନ୍ତି । ୧୩ଗୋଟି ୱାର୍ଡରେ ତିନିଦଳର ସମର୍ଥକ ଭାବେ ଏବେ ଭୋଟରକୁ ମନାଇବାକୁ ଲାଗି ପଡିଥିବାବେଳେ ସାବିତ୍ରୀଙ୍କ ପ୍ରାର୍ଥୀତ୍ୱ ଅନେକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ