ସ୍ୱାଧିନତା ସଂଗ୍ରାମୀଙ୍କ ବିୟୋଗରେ ଶୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଜୁ କଳାକାର ସଂଘ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ଶଶିଭୂଷଣ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ଏବିଓ ପୁରୁଷୋତ୍ତମ ଧଳ, ଶିକ୍ଷାବିତ ସନ୍ତୋଷ କୁମାର ସାହୁ, ନାରାୟଣ ପୋଥାଳ, ରମଣୀ ପୋଥାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନଚର୍ଯ୍ୟା ଓ ଆଦର୍ଶ ଜୀବନାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ଜେନା, ରବିନ୍ଦ୍ର କୁମାର ନନ୍ଦ, ଶ୍ରୀକାନ୍ତ ଦାସ, ହିମାଂଶୁ ରାଉତ, ଘନଶ୍ୟାମ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ